ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା କାହା ପାଇଁ ! ‘ପବଲା’ ଗ୍ରାମରେ ନାହାନ୍ତି ମାଟ୍ରିକ ପାସ ପିଲା!

Advertisment
ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ନାରା କାହା ପାଇଁ ! ‘ପବଲା’ ଗ୍ରାମରେ ନାହାନ୍ତି ମାଟ୍ରିକ ପାସ ପିଲା!

କନକ ବ୍ୟୁରୋ : ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ସର୍ବଶିକ୍ଷା ଅଭିଯାନରେ ‘ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ’ ନାରା ଦିଆଯାଇଛି। କିନ୍ତୁ ଅନୁଗୁଳ ବ୍ଲକ୍ ପବଲା ଗାଁରେ ଏହାର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ସର୍ବଶିକ୍ଷା ଅଭିଯାନ ସମ୍ପୂର୍ଣ୍ଣ ରୂପେ ବାଟବଣା ହୋଇଛି। ସୂଚନା ଅନୁଯାୟୀ, ନନ୍ଦପୁର ପଞ୍ଚାୟତର ପବଲା ଗାଁରେ ୩୫ରୁ ଊର୍ଧ୍ବ ପରିବାର ରହୁଥିବା ବେଳେ ଅନୁଗୁଳ ଇତିହାସରେ ଏହାର ନାଁ ରହିଛି। ଉକ୍ତ ଗ୍ରାମରେ କନ୍ଧଜାତିର ଲୋକମାନେ ରହୁଥିବା ବେଳେ ଏ ପର୍ଯ୍ୟନ୍ତ ଏଠାରେ କେହି ମାଟ୍ରିକ୍ ପାସ୍ କରିନାହାନ୍ତି। ଫଳରେ କିଏ ରାଜ୍ୟ ବାହାରକୁ କାର୍ଯ୍ୟ କରିବାକୁ ଯାଉଛି ତ କିଏ ହୋଟେଲରେ କାମ କରୁଛି। କାରଣ ଗାଁ’ରେ ଶିକ୍ଷା ଏ ପର୍ଯ୍ୟନ୍ତ ଅପହଞ୍ଚ ହୋଇରହିଛି।

publive-imageପବଲା ଗାଁରେ ଏ ପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରଟିଏ ନଥିବାରୁ ପ୍ରାଥମିକ ସ୍ତରରେ ଅ ଆ ଭଳି ଅକ୍ଷର ଚିହ୍ନିବାକୁ ପିଲାମାନେ ବଞ୍ଚିତ ହେଉଛନ୍ତି। ଏପରିକି ଗୋଟିଏ ଗାଁ’ରେ ୩ଟି ଲେଖାଏଁ ଅଙ୍ଗନବାଡ଼ି କେନ୍ଦ୍ର ଥିବା ବେଳେ ପବଲା ଗାଁ’ରେ ଗୋଟିଏ ଅଙ୍ଗନବାଡ଼ି ସ୍ଥାପନ ହୋଇପାରିନଥିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଅଙ୍ଗନବାଡ଼ିରେ ପ୍ରତିଦିନ ପିଲାମାନଙ୍କୁ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଓ ପୋଷାକପତ୍ରରୁ ମଧ୍ୟ ପବଲା ଗାଁ’ର ଶିଶୁମାନେ ବଞ୍ଚିତ ହେଉଛନ୍ତି ।

publive-imageଗାଁ’ର ସଭାପତି ସନାତନ ପ୍ରଧାନ ଓ ଅଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ପବଲା ଗାଁରୁ ଶିଶୁମାନଙ୍କୁ ପ୍ରାଥମିକ ଶିକ୍ଷା ପାଇଁ କରତପଟା ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୪ କିଲୋମିଟର ପାହାଡ଼ ଘେରା ଜଙ୍ଗଲ ରାସ୍ତା ଦେଇ ପାଦରେ ଯିବାକୁ ପଡୁଛି । ଅନ୍ୟପକ୍ଷରେ ସିଧାସଳଖ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଅକ୍ଷର ଶିକ୍ଷା କାଠିକର ପାଠ ହେଉଛି। ତେବେ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ଶିଶୁମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe