କରୋନା ଟିକାର ବୁଷ୍ଟର ଡୋଜକୁ ନେଇ ଆମେରିକାର ବଡ ନିଷ୍ପତ୍ତି, ଜାଣନ୍ତୁ କାହାକୁ ଦିଆଯିବ ଏହି ଖୋରାକ

Advertisment
କରୋନା ଟିକାର ବୁଷ୍ଟର ଡୋଜକୁ ନେଇ ଆମେରିକାର ବଡ ନିଷ୍ପତ୍ତି, ଜାଣନ୍ତୁ କାହାକୁ ଦିଆଯିବ ଏହି ଖୋରାକ

କନକ ବ୍ୟୁରୋ : ସାରା ବିଶ୍ୱର ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ବିରୋଧରେ ପ୍ରକୃତ ଔଷଧ ଉଦ୍ଭାବନ କରିବାରେ ସଫଳ ହୋଇନଥିବା ବେଳେ କେବଳ ଟିକା ଉପରେ ଭରଶା କରି ଟିକାକରଣ ଚଳାଇଛନ୍ତି । ଏହି କ୍ରମରେ କରୋନା ବିରୋଧୀ ଲଢେଇରେ ଟିକାକୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ଓ ଏହା ଆଂଶିକ ଫଳପ୍ରଦ ହେଉଥିବାବି ଦେଖିବାକୁ ମିଳିଛି । ବିଶ୍ୱର ପ୍ରାୟ ସବୁଦେଶ ଏବେ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ମାନଙ୍କୁ ଏହି ଟିକାର ଦୁଇଟି ଲେଖାଏଁ ଖୋରାକ ଦେଇ ଚାଲିଛନ୍ତି । କେବଳ ଆମେରିକାରେ ୧୨ ବର୍ଷରୁ ଉର୍ଦ୍ଧ ପିଲାଙ୍କୁ କରୋନା ଟିକା ଦେବା ନେଇ ନିଷ୍ପତ୍ତି ହୋଇଛି ଓ ଏନେଇ ପରୀକ୍ଷଣ ବି ଶେଷ ହୋଇଛି ।

ଟିକାର ଉଭୟ ଡୋଜ ନେଇଥିବା ଲୋକଙ୍କ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ନେଇ ବିଶ୍ୱ ଏବେ ଟିକାର ଉଭୟ ଡୋଜ ପରେ ଏକ ବୁଷ୍ଟର ଡୋଜ ଦେବାକୁ ଚିନ୍ତା କରୁଥିବା ବେଳେ ଆମେରିକାରେ ୫୦ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ବୁଷ୍ଟର ଡୋଜ ନେବାକୁ ନିବେଦନ କରିଛି । ଅନ୍ୟପଟେ ଆମେରିକା ସରକାରଙ୍କ ନିଷ୍ପତ୍ତି ମୁତାବକ ୧୮ ବର୍ଷରୁ ଅଧିକ କୌଣସି ଲୋକ ଟିକାର ଉଭୟ ଡୋଜ ନେବାର ୬ ମାସ ପରେ ଫାଇଜର କିମ୍ବା ମର୍ଡନାର ଅତିରିକ୍ତ ଖୋରାକ ବା ବୁଷ୍ଟର ଡୋଜ ନେଇପାରିବେ ବୋଲି କୁହାଯାଇଛି । ଏହାସହ ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକା ନେଇଥିବା ଲୋକ ୨ ମାସ ପରେ ବୁଷ୍ଟର ଡୋଜ ନେଇ ପାରିବେ ବୋଲି ମଧ୍ୟ ଆମେରିକା ସରକାର ସୂଚନା ଦେଇଛନ୍ତି ।

ଏପର୍ଯ୍ୟନ୍ତ ଲୋକଙ୍କ ଭିତରେ ଧାରଣା ସ୍ପଷ୍ଟ ନଥିଲା କି ବୟସ, ସ୍ୱାସ୍ଥ୍ୟ ତଥା ପ୍ରଥମେ ନେଇଥିବା ଟିକା ଆଧାରରେ କେଉଁମାନେ ବୁଷ୍ଟର ଡୋଜ ନେଇ ପାରିବେ ଓ କେଉଁମାନେ ନେଇପାରିବେ ନାହିଁ । ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ର ଟିକା ପ୍ରମୁଖ ପିଟର ମାର୍କ୍ସ ଆସୋସିଏଟେଡ ପ୍ରେସକୁ ସୂଚନା ଦେଇ କହିଛନ୍ତି କି ଲୋକମାନଙ୍କ ଭିତରେ ଥିବା ଚିନ୍ତା ଦୂର ହୋଇଛି ଓ ଲୋକମାନେ ଏବେ ସହଜରେ ବୁଷ୍ଟର ଡୋଜ ନେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe