ପ୍ରଥମେ ଠାକୁରଙ୍କୁ ଭୋଗ ଲଗାଇ କ୍ଷମା ପ୍ରାର୍ଥନା କଲା, ତା’ପରେ ମନ୍ଦିରରୁ ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି ନେଇ ଚମ୍ପଟ ମାରିଲା ଚୋର, ସିସିଟିଭି କ୍ୟାମେରାରେ କଏଦ୍ ଭିଡିଓ
କନକ ବ୍ୟୁରୋ: ପ୍ରଥମେ କ୍ଷମା ପ୍ରାର୍ଥନା ତା’ ପରେ ଚୋରୀ । ଏମିତି ଚୋର କେଉଁଠି ଦେଖିଛନ୍ତି? ଉତ୍ତରପ୍ରଦେଶ ମେରଠରେ ଘଟିଛି ଏଭଳି ଘଟଣା । ଚୋର ପ୍ରଥମେ ସାଧାରଣ ଭକ୍ତଙ୍କ ଭଳି ମନ୍ଦିରକୁ ଆସିଲା । ପୂଜାର୍ଚ୍ଚନା କଲା । ଠାକୁରଙ୍କୁ ମୁଣ୍ଡିଆ ମାରି କ୍ଷମା ଭିକ୍ଷା କଲା । ଏହାପରେ ଚାରି ଆଡକୁ ଚାହିଁ ଆଣ୍ଠୁଆଗୋପାଳଙ୍କ ମୂର୍ତ୍ତି ନେଇ ଚମ୍ପଟ ମାରିଲା । ଚୋରର ଏସବୁ କାର୍ଯ୍ୟକଳାପ ସିସିଟିଭି ଫୁଟେଜରୁ ଜଣାପଡିବା ପରେ ମୂର୍ତ୍ତିକୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଅସନ୍ତୋଷ ଦେଖିବକୁ ମିିଳିଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ମାମଲା ମେରଠ ଥାନା ବିହାର କଲୋନୀର । ଯେଉଁଠାରେ ରହିଛି ଖାଟୁଶ୍ୟାମଙ୍କ ମନ୍ଦିର । ଏଠାରେ ପୂଜା ପାଆନ୍ତି ଲଡ୍ଡୁ ଗୋପାଳ । ରାଧାଷ୍ଟମୀ ଠିକ୍ ପୂର୍ବ ଦିନ ଏପରି ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଭାବ ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ମହିଳାମାନେ ଯାଇ ଥାନା ଘେରାଉ ପାଟିତୁଣ୍ଡ କରିଥିଲେ । ଥାନାଧିକାରୀ ବୁଝାବୁଝି କରିବା ପରେ ପରିସ୍ଥିତି ଶାନ୍ତ ପଡିଛି । ପୁଲସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।