କନକ ବ୍ୟୁରୋ : ସେପଟେ ସୁରକ୍ଷା ଭାଙ୍ଗି ସଂସଦ ଗୃହ ଭିତରେ ପଶିଥିବା ୬ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ ସମସ୍ତଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଛି । କୋର୍ଟରେ ପୁଲିସ ସେମାନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ । ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ଦିଲ୍ଲୀ ପୁଲିସ । କୋର୍ଟ ପରିସରରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ସନ୍ଧାନୀ କୁକୁର ସହାୟତାରେ ପରିସରକୁ ଟିକନିକ୍ ଯାଂଚ କରାଯାଇଛି ।
ସଂସଦରେ ସୁରକ୍ଷା ତ୍ରୁଟି ମାମଲା ଅଭିଯୁକ୍ତ କୋର୍ଟରେ ହାଜର । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପୁଲିସ
/kanak/media/post_attachments/wp-content/uploads/2023/12/7-17.jpg)