କନକ ବ୍ୟୁରୋ: ଖଜା ବେପାରକୁ ନେଇ ହତ୍ୟାକାଣ୍ଡ ଘଟଣାରେ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି । ନିଜର ପତିଆରା ଦେଖାଇବା ପାଇଁ ସାହି ଭିତରେ ଗ୍ୟାଙ୍ଗୱାର କରିଥିଲେ ନାବାଳକ । ଏମାନେ ନିଶା ସେବନ କରୁଥିବା ଜଣାପଡିଛି। ଏମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ପୋଲିସ। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି।

ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ କାଉନସେଲିଂ କରାଯିବ ବୋଲି ପୋଲିସ କହିଛି। ଗତ ୮ତାରିଖରେ ମାର୍କଣ୍ଡେଶ୍ୱର ସାହିର ରାଧାଗୋବିନ୍ଦ ଲେନର ଦୀନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା। ସୋମବାର ରାତିରେ ଦୁର୍ବୃତ୍ତ ମାନେ ଏହାର ପ୍ରତିଶୋଧ ନେଇଛନ୍ତି। ଦୀନେଶ ହତ୍ୟାକାଣ୍ଡର ଅଭିଯୁକ୍ତ ପ୍ରଦୀପ୍ତ ସାହୁଙ୍କ ଦିବ୍ୟାଙ୍ଗ ବାପା ହରିହର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମୃତ ହରିହରଙ୍କ ପରିବାର ପକ୍ଷରୁ ପୁରୀ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରିଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି।