କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି : ଶ୍ରଦ୍ଧାଳୁଙ୍କ ସମସ୍ୟା କଥା ଉଠାଇ ଦାବି ପୂରଣ କରିବାକୁ ସରକାରକୁ କଂଗ୍ରେସର ଆହ୍ୱାନ

କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି : ଶ୍ରଦ୍ଧାଳୁଙ୍କ ସମସ୍ୟା କଥା ଉଠାଇ ଦାବି ପୂରଣ କରିବାକୁ ସରକାରକୁ କଂଗ୍ରେସର ଆହ୍ୱାନ

କନକ ବ୍ୟୁରୋ : ଆଉ କିଛି ଦିନ ପରେ କାର୍ତ୍ତିକ ମାସ । ଏହା ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି । କଂଗ୍ରେସ ଆଜି ଏହି ଦାବି କରିଛି । ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି । ଲୋକେ ଗହଳି ଭିତରେ ଛିଡା ହୋଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଉ ଠିକ୍ ଭାବେ ଦିଅଁ ଦର୍ଶନ କରିପାରୁ ନାହାନ୍ତି ।

ତେଣୁ ଚାରି ଦ୍ୱାର ଖୋଲି ଦେଲେ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ସୁବିଧା ହେବ ବୋଲି କଂଗ୍ରେସ କହିଛି । ଏଥିସହ ମନ୍ଦିର ଗର୍ଭଗୃହ ମରାମତି କରିବାକୁ ଦାବି କରିଛି କଂଗ୍ରେସ । ଏହାକୁ ନେଇ ୧୬ରେ ପୁରୀ ଶରଧା ବାଲିରେ ସମାବେଶ କରିବା ସହ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବି ପତ୍ର ପ୍ରଦାନ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe