କନକ ବ୍ୟୁରୋ : ଆଉ କିଛି ଦିନ ପରେ କାର୍ତ୍ତିକ ମାସ । ଏହା ପୂର୍ବରୁ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବାକୁ ଦାବି । କଂଗ୍ରେସ ଆଜି ଏହି ଦାବି କରିଛି । ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗୁଛି । ଲୋକେ ଗହଳି ଭିତରେ ଛିଡା ହୋଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଆଉ ଠିକ୍ ଭାବେ ଦିଅଁ ଦର୍ଶନ କରିପାରୁ ନାହାନ୍ତି ।

Advertisment

ତେଣୁ ଚାରି ଦ୍ୱାର ଖୋଲି ଦେଲେ ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ସୁବିଧା ହେବ ବୋଲି କଂଗ୍ରେସ କହିଛି । ଏଥିସହ ମନ୍ଦିର ଗର୍ଭଗୃହ ମରାମତି କରିବାକୁ ଦାବି କରିଛି କଂଗ୍ରେସ । ଏହାକୁ ନେଇ ୧୬ରେ ପୁରୀ ଶରଧା ବାଲିରେ ସମାବେଶ କରିବା ସହ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଦାବି ପତ୍ର ପ୍ରଦାନ କରିବ ।