ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ନରହନ୍ତା । ଦେଶ କହିଲା, ଆଜି ନ୍ୟାୟର ସକାଳ, ଖୁସି ମନାଉଛନ୍ତି ଦେଶବାସୀ ।

4,339

କନକ ବ୍ୟୁରୋ : ଆଜି ନ୍ୟାୟର ସକାଳ । ନିର୍ଭୟା ନରହନ୍ତା ଫାଶୀ ଖୁଣ୍ଟରେ ଝୁଲିବା ପରେ କିଛି ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ସାରା ଦେଶବାସୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବା ପରେ ତିହାର ଜେଲ୍ ସାମ୍ନାରେ ଦେଖିବାକୁ ମିଳିଥିଲା ଉତ୍ସବର ମାହୋଲ ।

୭ବର୍ଷ ୩ ମାସ ଅପେକ୍ଷାର ଅନ୍ତ ଘଟିଲା, ନିର୍ଭୟାକୁ ନ୍ୟାୟ ମିଳିଲା । ୭ ବର୍ଷର ସଂଘର୍ଷ ପରେ ଜଣେ ମା’ଙ୍କ ଆଖିରୁ ଲୁହ ଶୁଖିଲା । ନିର୍ଭୟା ଦୁଷ୍କର୍ମକାରୀଙ୍କୁ କେବେ ମିଳିବ ଫାଶୀ ? ଦୀର୍ଘ ୭ ବର୍ଷ ଧରି ଉଠୁଥିବା ଏହି ଗୋଟିଏ ପ୍ରଶ୍ନର ଆଜି ଅବସାନ ଘଟିଛି । ବିଳମ୍ବରେ ହେଉ ପଛେ, ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।