ରାଜଧାନୀରେ ସମାବେଶ କରି ଗର୍ଜିଲେ କଂଗ୍ରେସ ମହିଳା ସଭାନେତ୍ରୀ ଅଳକା ଲାମ୍ବା । କହିଲେ , ‘ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମୂଳେ ଓପାଡି ଫୋପାଡିବାକୁ ପଡିବ’

160

କନକ ବ୍ୟୁରୋ: ରାଜଧାନୀରେ ବିଶାଳ ସମାବେଶ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବା । କହିଛନ୍ତି, ଏ ଉଭୟ ସରକାର ଶ୍ରମିକ ମାରକ ସରକାର । ରାଜ୍ୟରେ ମହିଳା ସଂଖ୍ୟା ସମୁଦାୟ ଜନସଂଖ୍ୟାର ଅର୍ଦ୍ଧେକ । କିନ୍ତୁ ସେମାନଙ୍କ ସୁରକ୍ଷା ପ୍ରତି ବିଜେଡି ଶାସିତ ସରକାରଙ୍କ ନିଘା ନାହିଁ । ୨୫ ବର୍ଷରେ ସେମାନଙ୍କ ଅବସ୍ଥାରୁ ଖରାପରୁ ଅଧିକ ଖରାପ ହୋଇଛି । ଦେଶରେ ୨ ବର୍ଷ ମଧ୍ୟରେ ପାଖାପାଖି ୧୦ ଲକ୍ଷ ଝିଅ ନିଖୋଜ ହୋଇଥିବାବେଳେ ସେଥିରେ ଓଡିଶାର ଝିଅ ମଧ୍ୟ ଅଛନ୍ତି । କିନ୍ତୁ ସେମାନଙ୍କ ଉଦ୍ଧାର କରିବାରେ ରାଜ୍ୟ ସରକାର ଉଦାସୀନ ।

ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ନାଁ ନେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଆଳରେ ମହିଳାଙ୍କୁ ଲୁଟୁଛନ୍ତି ସରକାର । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୂଳୋତ୍ପାଟନ କରିବାକୁ ପଡିବ । ଏହା କେବଳ ମହିଳାମାନେ ହିଁ କରିପାରିବେ ବୋଲି ଆଡ୍ୱାନ ଦେଇଛନ୍ତି ଅଳକା ଲାମ୍ବା ।