ସରକାରଙ୍କୁ ଘେରିଲେ ଅଳକା ଲାମ୍ବା । କହିଲେ ୬ ହଜାର କୋଟିରେ ପହଞ୍ଚିଲାଣି ଓଡିଶାର ମଦ ରାଜସ୍ୱ । ବଢୁଛି ମହିଳାଙ୍କ ପ୍ରତି ହିଂସା ।

132

କନକ ବ୍ୟୁରୋ: ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଅଳକା ଲାମ୍ବା କହିଥିଲେ, ୨୦୦୦ ମସିହାରେ ଓଡ଼ିଶାରେ ମଦ ବିକ୍ରିରୁ ୧୧୪ କୋଟି ରାଜସ୍ୱ ପାଉଥିଲେ ସରକାର । ହେଲେ ଏବେ ତାହା ବଢି ୬ ହଜାର ୪୫୫ କୋଟିରେ ପହଞ୍ଚିଲାଣି । ମଦ ପାଇଁ ବହୁ ଜୀବନ ଉଜୁଡି ଯାଉଛି । ମା’ ଉଭଣୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାସହ ସେ କହିଛନ୍ତି, ଓଡ଼ିଶାରେ ପ୍ରତିଦିନ ୭ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୪ ଜଣ ହେଉଛନ୍ତି ନାବାଳିକା । ରାଜ୍ୟ ସରକାର ୭୩ ଲକ୍ଷ ମହିଳାଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ କରି ଆର୍ଥିକ ବିକାଶ ହେଉଥିବା କଥା କହୁଛନ୍ତି । ହେଲେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ସେଥିମଧ୍ୟରୁ ଓଡ଼ିଶାର ଏସଏଚଜି ଗ୍ରୁପର ଦୈନିକ ଆୟ ୧୭ ଟଙ୍କା । ଏପରି କ୍ଷେତ୍ରରେ ମହିଳା କିପରି ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।