କନକ ବ୍ୟୁରୋ : ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ସରଗରମ ହୋଇଉଠିଛି । ଉଭୟ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହେଉଥିଲା । ଉଭୟ ଏନେଇ ଖୋଲଖୋଲି ଭାବେ ସ୍ୱୀକାର କରିନଥିôଲେ ବି ଅନେକ ଥର ପରୋକ୍ଷ ଭାବେ ଖୁଲାସା କରିଛନ୍ତି । ଅନେକ ଆୱାର୍ଡ ସୋ’ ଏବଂ ଟକ୍ ସୋ’ରେ ଆଲିୟା ଓ ରଣବୀରଙ୍କ ପ୍ରେମ ସମ୍ପର୍କରେ ଥିବା ବିବାଦରେ ଫ୍ୟାନଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛନ୍ତି ।ଏହି ଯୋଡି ଏବେ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେବାକୁ ଯାଉଛନ୍ତି । ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଉଛି ।
ଇତିମଧ୍ୟରେ ଆଲିୟା ଏବଂ ରଣବୀରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଉଭୟ ନିଜ ବିବାହ ପାଇଁ ସପିଂ ଆରମ୍ଭ କରିଦେଇଥିବା ଏହି ଫଟୋକୁ ଦେଖିବାକୁ ମିଳିଛି । ଖ୍ୟାତନାମା ଶାଢୀ ତଥା ବ୍ରାଇଡାଲ କଷ୍ୟୁମ ଡିଜାଇନର ବୀଣା କନ୍ନନଙ୍କୁ ଉଭୟ ଭେଟିଛନ୍ତି । ବୀଣା ନିଜର ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ବିବାହା ପାଇଁ ଶାଢୀ ଓ ବ୍ରାଇଡାଲ କଷ୍ୟୁମ ଅର୍ଡର ଦେବାକୁ ସେମାନେ ବୀଣା କନ୍ନନଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି ।
ସୂଚନା ମୁତାବକ ଆଲୀୟା, ଓ ରଣବୀର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ । ଆୟାନ ମୁଖାର୍ଜୀ ଏହି ଫିଲ୍ମ ନର୍ଦ୍ଦେଶନା ଦାୟିତ୍ୱ ଦେଇଛନ୍ତି । ସେପ୍ଟେମ୍ବର ୯ ତାରିଖରେ ଏହି ଫିଲ୍ମର ସୁଟିଂ ଜୋରଦାର ଚାଲିଛି । ଉଭୟ ଏକାସାଙ୍ଗରେ ଫିଲ୍ମ ସୁଟିଂରୁ କିଛି ଦିନ ବିରତି ମାଗିଛନ୍ତି । ସେମାନେ ବିବାହ ପ୍ରସ୍ତୁତି ପାଇଁ ଏହି ସମୟ ନେଇଥିବା କୁହାଯାଉଛି ।