ପଦ୍ମପୁର ଘେସ ରେଞ୍ଜରୁ ୮ କିଲୋ ଓଜନର ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଚେରା ଚାଲାଣ ସନ୍ଦେହରେ ଜଣେ ଯୁବକ ଅଟକ

118

କନକ ବ୍ୟୁରୋ : ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଜାମପାଲି ରାସ୍ତାରେ ଏକ ଜୀବନ୍ତ ବ୍ରଜକାପ୍ତା ଉଦ୍ଧାର । ଏସଟିଏଫ ଦ୍ୱାରା ଗତକାଲି ସନ୍ଧ୍ୟା ସମୟରେ ବ୍ରଜକାପ୍ତା ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଏହାର ଓଜନ ରହିଛି ୮ କିଲୋ । ଚୋରା ଚାଲାଣ କରାଯାଉଥିବା ସନ୍ଦେହରେ ଜଣେ ୧୯ ବର୍ଷୀୟ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ ।

ଗିରଫ ଅଭିଯୁକ୍ତଜଣକ ହେଲା ଜାମପାଲି ଗାଆଁର ମୁକୁନ୍ଦ ବରିହା ।  ସେ କେଉଁ ସ୍ଥାନକୁ ବଜ୍ରକାପ୍ତା ଚାଲାଣ କରୁଥିଲା ତାହା ତଦନ୍ତ ପରିସରରେ ରହିଛି । ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନଜିର୍ ରହିଛି । ସମ୍ଭବତଃ ବଜ୍ରକାପ୍ତାକୁ ଛତିଶଗଡ଼ ଚାଲାଣ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି । ଏହି ଘଟଣା ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।