ସାମ୍ନାକୁ ଆସିଲା ଆଏଫଏସ ଅଫିସର ଅଭୟ ପାଠକଙ୍କ ଆଲିସାନ ବଙ୍ଗଳା : ବେଶ ଅୟସ ଆରାମରେ ରହୁଥିଲେ ଅତିରିକ୍ତ ପିସିସିଏଫ

ଦ୍ୱିତୀୟ ଦିନରେ ରେଡ ବେଳେ ମିଳିଲା ଅଧ କିଲୋରୁ ଅଧିକ ସୁନା; ସେପଟେ ପାଠକ କ୍ଲିନିକରେ ରେଡ

1,196

କନକ ବ୍ୟୁରୋ : ଗଲା ଦୁଇ ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଆଏଫଏସ ଅଫିସର ଅଭୟ ପାଠକ । ତାଙ୍କ ଅମାପ ସମ୍ପତିରୁ ସରୁନି ଆକଳନ । ସାମ୍ନାକୁ ଆସିଛି ଏହି ଆଇଏଫଏସ ଅଫିସରଙ୍କ ଅୟସର ଚିତ୍ର । ଅତିରିକ୍ତ ପିସିସିଏଫଙ୍କ ଆଲିସାନ ବଙ୍ଗଳାର ଚିତ୍ର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ଆଜି ଦ୍ୱିତୀୟ ଦିନରେ ବି ତାଙ୍କ ଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସର ରେଡ କରିବା ସହ ତାଙ୍କୁ ଘନ ଘନ ଜେରା କରାଯାଉଛି । ପଚରାଉଚରା କରୁଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ ।

ଆଜି ତାଙ୍କ ଘରୁ ଅଧ କିଲୋରୁ ଅଧିକ ସୁନା ମିଳିଛି । ଏବଂ ଘରୁ ଓ ଅଫିସରୁ ପୁଳା ପୁଳା ଚାର୍ଟର ଫ୍ଲାଇଟ ଟିକେଟ ମିଳିଛି । ସେପଟେ ପାଠକ କ୍ଲିନିକରେ ମଧ୍ୟ ରେଡ କରାଯାଇଛି । ଗତକାଲି ତାଙ୍କ ପୁତୁରାଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ମିଳିଥିଲା । ଆଜି ମୁମ୍ବାଇରେ ଥିବା ପୁଅଙ୍କ ଘରେ ବି ଚଢାଉ ଚାଲିଛି । ଗତକାଲି ଓଡିଶା ସମେତ ମହାରାଷ୍ଟ୍ର ଓ ବିହାରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲେ ଭିଜିଲାନ୍ସର ପ୍ରାୟ ଦେଢ ଶହ କର୍ମଚାରୀ । ଏହି ବରିଷ୍ଠ ଆଇଏଫଏସ୍ ଅଧିକାରୀଙ୍କ ଘରେ ଚଢ଼ାଉ ସମୟରେ ଯାହା ସାମନାକୁ ଆସିଥିଲା ସେସବୁ ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇଯାଇଥିଲା । ଏକାଧିକ ଦାମି ଗାଡି ସହ ଚାର୍ଟର ଫ୍ଲାଇଟ ଟିକେଟ ମିଳିଥିଲା । ଲକଡାଉନ ସମୟରେ ଅଭୟ ପାଠକ ୨୦ ଥର ଚାର୍ଟର ପ୍ଲେନ୍ ବ୍ୟବହାର  କରି ଦେଶର ବିଭିନ୍ନ ସ୍ଥାନକୁ ଯାଇଥିଲେ ।