ସାରା ଦେଶ ବୁଧବାର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୭୧ ତମ ପୁଣ୍ୟତିଥି ପାଳନ କରୁଥିବା ବେଳେ ଉତ୍ତରପ୍ରଦେଶର ଅଲ୍ଲୀଗଡରେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଦସ୍ୟ ଏହି ଦିନଟିକୁ ସୋର୍ଯ୍ୟ ଦିବସ ରୁପେ ପାଳନ କରିଛନ୍ତି । ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ବାପୁଜୀଙ୍କ ମୃତ୍ୟୁର ଦୃଶ୍ୟକୁ ରିକ୍ରିଏଟ୍ କରି ବାପୁଙ୍କ ପୋଷ୍ଟରକୁ ଗୁଳି ମାରିଥିଲେ ଏବଂ ପରେ ଦହନ ମଧ୍ୟ କରିଥିଲେ । ଏହି ସମୟରେ ହିନ୍ଦୁ ମହାସଭାର କାର୍ଯ୍ୟକର୍ତ୍ତାମାନେ ‘ ମହାତ୍ମା ନାଥୁରାମ୍ ଗଡସେ ଅମର ରହେ’ ର ନାରା ମଧ୍ୟ ଦେଇଥିଲେ । ଅଲ୍ଲୀଗଡରେ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ଡା.ପୁଜା ସକୁନ୍ ପାଣ୍ଡେୟଙ୍କ ନେତ୍ୃତ୍ୱରେ ଗାନ୍ଧୀବଦ୍ଧ ରୁପରେ ପାଳନ କରି ଗଙ୍ଗସେଙ୍କ ଫଟୋରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ଏବଂ ମିଠେଇ ମଧ୍ୟ ବଣ୍ଟନ କରାଗଲା । ଏହି ସମୟରେ ବାପୁଙ୍କ ଫଟୋକୁ ଗୁଳି ମରାଯାଇଥିଲା ଏବଂ ଜଳାଇ ଦିଆଯାଇଥିଲା । ଗାନ୍ଧୀଙ୍କ ବଳିଦାନର ଦିବସକୁ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଦସ୍ୟ ‘ସୋର୍ଯ୍ୟ ଦିବସ’ ରୁପେ ପାଳନ କରିଥିଲେ ।
Watch: Hindu Mahasabha recreates Mahatma Gandhi’s assassination; shoots Gandhi's effigy pic.twitter.com/jhCKmvjAMe
— Afroz Alam (@AfrozJournalist) January 30, 2019
ଆପଣଙ୍କୁ କହିରଖୁଛୁ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡସେଙ୍କ ବିଚାରଧାରାକୁ ନିଜ ଆଦର୍ଶ ମାନୁଥିବା ଅଖିଳ ଭାରତୀୟ ହିନ୍ଦୁ ମହାସଭା ମେରଠରେ ହିନ୍ଦୁଙ୍କ ସହ ଜଡିତ ଥିବା ମାମଲାର ଶୁଣାଣୀ ପାଇଁ ସମ୍ବିଧାନକୁ ମଧ୍ୟରେ ରଖି ନ୍ୟାୟପୀଠ ସ୍ଥାପନା କରିଥିଲେ । ଏହି ନ୍ୟାୟପୀଠର ମୁଖ୍ୟ ଜଷ୍ଟିସ୍ ରୁପେ ଡା.ପୁଜା ସକୁନ୍ ପାଣ୍ଡେୟଙ୍କ ନିୟୁକ୍ତି କରାଯାଇଛି ଯେ ନିଜକୁ ଜଣେ ସନ୍ନ୍ୟାସିନୀ ତଥା ଗୁଜୁରାଟ ଦ୍ୱାରିକାସ୍ଥିତ ମୁରଲୀ ଆଶ୍ରମର ମହନ୍ତ କହନ୍ତି । ତାଙ୍କ ମତରେ ମହାତ୍ମା ଗାନ୍ଧୀଙ୍କୁ ଦେଶର ରାଷ୍ଟ୍ରପିତା କହିବାର କୌଣସି ଅଧିକାର ନାହିଁ । ସେ ଯଦି ଗଡସେଙ୍କ ପୂର୍ବରୁ ଜନ୍ମ ହୋଇଥାନ୍ତେ ତେବେ ସେ ପ୍ରଥମେ ଗାନ୍ଧୀଙ୍କୁ ହତ୍ୟା କରିଥାନ୍ତେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/01/index-1-1.jpg)