କନକ ବ୍ୟୁରୋ : ତାଲା ପାଇଁ ପ୍ରସିଦ୍ଧ ଉତ୍ତରପ୍ରଦେଶ ଆଲିଗଡ଼ର ସତ୍ୟପ୍ରକାଶ ଶର୍ମା ତାଙ୍କ ପତ୍ନୀ ରୁକ୍ମିଣୀ ସବୁଠାରୁ ବଡ଼ ତାଲା ବନାଇଛନ୍ତି । ଏହି ତାଲାର ଓଜନ ୪୦୦ କିଲୋ ରହିଥିବା କୁହାଯାଉଛି। ତାଲାକୁ ୩୦ କିଲୋ ଓଜନର ଚାବିରେ ଖୋଲାଯିବ । ଏହି ତାଲାକୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ଭଗବାନ ଶ୍ରୀରାମଙ୍କ ମନ୍ଦିରକୁ ସତ୍ୟପ୍ରକାଶ ଶର୍ମା ତାଙ୍କ ପତ୍ନୀ ରୁକ୍ମିଣୀ ସମର୍ପିତ କରିଛନ୍ତି।

Advertisment

ସତ୍ୟପ୍ରକାଶ କହିଛନ୍ତି, ଏହି ତାଲାକୁ ବନାଇବା ଲାଗି ପ୍ରାୟ ୬ ମାସ ସମୟ ଲାଗିଛି । ଓଜନ ୪୦୦କିଲୋ ରହିଛି। ତାଲାର ଲମ୍ବ ୧୦ ଫୁଟ ରହିଥିବା ବେଳେ ଚଉଡ଼ା ସାଢ଼େ ୪ ଫୁଟ ଓ ମୋଟାଇ ଛଅ ଇଞ୍ଚ ହେବ । ଏହି ତାଲାକୁ ଖୋଲିବା ପାଇଁ ୩୦କିଲୋର ଚାବି ରହିଛି। ଯାହାକୁ ତିଆରି କରିବା ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଥିବା ବେଳେ ଏଯାବତ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଛି।

ଏଥିସହିତ ସତ୍ୟପ୍ରକାଶ କହିଛନ୍ତି, ଏହି ତାଲାରେ ଆହୁରି ବହୁତ କାମ ବାକି ଅଛି। ରାମମନ୍ଦିରକୁ ପ୍ରଦାନ କରାଯିବା ପୂର୍ବରୁ ସେଥିରେ ଆହୁରି ପିତ୍ତଳର ବକ୍ସ, ଲିଭର, ହୁଡ୍‌କା ଲାଗିବ । ଏଥିସହିତ ଏହି ବଡ଼ ତାଲାରେ ଷ୍ଟିଲର ଷ୍ଟ୍ରାପ୍‌ ସିଟ୍‌ ଲଗାଯିବ ଯାହାକି ଭବିଷ୍ୟତରେ କଳଙ୍କି ଲାଗିବ ନାହିଁ । ଏତଦ ବ୍ୟତୀତ ସତ୍ୟପ୍ରକାଶ ଜାନୁଆରି ୨୬ ତାରିଖରେ ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ପରେଡ୍‌ରେ ରାମମନ୍ଦିରକୁ ପ୍ରଦାନ କରାଯିବା ପାଇଁ ପ୍ରସ୍ତୁତ କରିଥିବା ତାଲା ଠାରୁ ଆହୁରି ବଡ଼ ତାଲାର ପ୍ରଜ୍ଞାପନ ମେଢ଼ କରିବାକୁ ଆଶା ରଖିଛନ୍ତି ।

ଏହାର ଉଚ୍ଚତା ୧୫ଫୁଟ ରହିଥିବା ବେଳେ ଚଉଡ଼ା ୮ଫିଟ ରହିଛି। ସେହିପରି ମୋଟେଇ ୨୦ଇଞ୍ଚ ରହିଛି। ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଏହାକୁ କେନ୍ଦ୍ର କରି ସତ୍ୟପ୍ରକାଶ ଉପମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ସାରିଛନ୍ତି। ଉତ୍ତର ଅପେକ୍ଷାରେ ରହିଛନ୍ତି ସେ। ସତ୍ୟପ୍ରକାଶଙ୍କ ଇଚ୍ଛା ଏହି ତାଲାକୁ ସେ ଗିନିଜ ବୁକର ରେକର୍ଡ‌ରେ ସାମିଲ କରିବେ।