କନକ ବ୍ୟୁରୋ : ଆମେ ଯେତେସବୁ ଗ୍ରହ ବାବଦରେ ଜାଣିଛନ୍ତି ତାହା ମଧ୍ୟରୁ ପୃଥିବୀ ଗ୍ରହରେ ଜୀବସତ୍ତା ସମ୍ଭବ ବୋଲି ଆମମାନଙ୍କର ଧାରଣା ରହିଛି । ହେଲେ ବୈଜ୍ଞାନିକମାନଙ୍କ କହିବା ମୁତାବକ ବିଶ୍ୱରେ ପୃଥିବୀକୁ ଛାଡି ଏମିତି ଅନେକ ଗ୍ରହ ରହିଛି ଯେଉଁଠି ପୃଥିବୀ ଠାରୁ ଆହୁରି ଭଲ ଜୀବସତ୍ତା ସମ୍ଭବ । ଏହିସବୁ ଗ୍ରହଗୁଡିକୁ ବୈଜ୍ଞାନିକଙ୍କ ଭାଷାରେ ସୁପରହାବିଟେବୁଲ ପ୍ଲାନେଟ କୁହାଯାଉଛି । ବୈଜ୍ଞାନିକମାନଙ୍କ ମତରେ ଏଠାରେ ଜୀବନ ଥିବା କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।
ୱାସିଂଟନ ଷ୍ଟେଟ୍ ୟୁନିଭୟସିଟି ଓ ବର୍ଲିନ ଟେକ୍ନିକାଲ ୟୁନିଭରସିଟିର ଆଷ୍ଟ୍ରୋବାୟୋଲୋଜିଷ୍ଟ ଡିର୍କ ସ୍କ୍ୟୁଊଜ ମକୁଚ କହିଛନ୍ତି ଯେ ଆମେ କେବଳ ପୃଥିବୀ ଭଳି ଜୀବସତ୍ତା ଥିବା ଉପଗ୍ରହ ଖୋଜିବା ଉପରେ କାମ କରୁଛି । ଏହା ବି ହୋଇପାରେ କି ଆମ ନଜରରୁ ସେହି ଗ୍ରହଗୁଡିକୁ ଏଡାଇ ଯାଇପାରନ୍ତି ଯାହାକୁ ନେଇ ଆମେ ଗବେଷଣା କରୁଛୁ ।
ସମ୍ଭାବିତ ସୁପରହାବିଟେବୁଲ ଏକ୍ସପ୍ଲାନେଟ ଖୋଜିବା ପାଇଁ ସୁଲ୍ଜ ମକୁଚ ଓ ତାଙ୍କ ଟିମ୍ କେପଲର ଅବଜେକ୍ଟ ଅଫ୍ ଇଣ୍ଟ୍ରେଷ୍ଟ ଏକ୍ସପ୍ଲାନେଟ ଆରକାଇଭ ର ଯାଂଚ କରିଛନ୍ତି । ଏହି ଯାଂଚ ବେଳେ ଆନୁମାନିକ ୪୫ ହଜାର ଏଭଳି ପ୍ଲାନେଟ ସିଷ୍ଟମ ଉପରେ ଫୋକସ କରାଯାଇଥିଲା । ଏହି ଉପଗ୍ରହମାନଙ୍କ ମଧ୍ୟରେ ଏଭଳି କିଛି ଚଟାଣ ଥିଲା ଅନୁମାନ କରାଯାଉଛି କି, ତାହା ତଳେ ପାଣି ରହିଛି । ଏହି ଗବେଷଣାକୁ ୨୦୨୦ ଆଷ୍ଟ୍ରୋବାୟୋଲୋଜୀରେ ପ୍ରକାଶ କରାଯାଇଥିଲା । ବୈଜ୍ଞାନିକମାନେ ସୂର୍ଯ୍ୟଭଳି ହଳଦିଆ ତାରାଙ୍କ ବ୍ୟତୀତ ଗାଡ ନାରଙ୍ଗୀ ତାରାଙ୍କର ବି ସନ୍ଧାନ ପାଇଛନ୍ତି । ଯାହାକି ଥଣ୍ଡା ଓ ସୂର୍ଯ୍ୟଙ୍କ ଠାରୁ ଛୋଟ ଥିଲେ । ସୁଲ୍ଜ ମକୁଚଙ୍କ କହିବା କଥା କି ଜୀବନ ସମ୍ଭାବନା ଥିବା ଗ୍ରହମାନଙ୍କୁ ଖୋଜିବା ପାଇଁ ସୂର୍ଯ୍ୟଙ୍କୁ ସବୁଠାରୁ ଛୋଟ ତାରା ବୋଲି ଗ୍ରହଣ କରାଯାଇପାରିବ ନାହିଁ ।
ଗବେଷଣାକାରୀଙ୍କ କହିବା କଥା କି କୌଣସି ଗ୍ରହର ଆକାର ଓ ତାହାର ଦୃଶ୍ୟମାନ ସ୍ଥିିତି ସେହି ଗ୍ରହରେ ଜୀବନ ସତ୍ତା ଥିବାର ସମ୍ଭାବନାକୁ ପ୍ରଭାବିତ କରିପାରେ । ଚଟ୍ଟାଣ ଥିବା ଏଭଳି କିଛି ଗ୍ରହ ଯେଉଁମାନେ କି ପୃଥିବୀ ଠାରୁ ବଡ ସେଠାରେ ଜୀବନ ସତ୍ତା ଥିବାର ସମ୍ଭାବନା ସବୁଠାରୁ ଅଧିକ ।
ଏନେଇ ସୁଲ୍ଜ ମାକୁଚ ଓ ତାଙ୍କ ଟିମ ୧୫ ଟି ଗ୍ରହର ସନ୍ଧାନ କରିଛନ୍ତି । ହେଲେ ଜୀବନ ସତ୍ତା ଥିବା ସମ୍ଭାବନା ନେଇ ଗବେଷଣାକାରୀ ଯେଉଁ ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି ଏହି ୨୪ ଟି ଗ୍ରହ ମଧ୍ୟରେ ଅନେକ ଗ୍ରହ ତାହା ପୁରଣ କରି ନାହିଁନ୍ତି । ତଥାପି ଏହି ୨୪ ଟି ଗ୍ରହରେ ଜୀବସତ୍ତା ଥିବା ନେଇ ଏକ ସମ୍ଭାବନା ଦେଖା ଦେଇଛି ବୋଲି ଗବେଷଣାକାରୀମାନେ ମତ ରଖିଛନ୍ତି ।