ହଠାତ୍ ସାମ୍ନାକୁ ଆସିଲା ଏଲିଏନ୍ ଭଳି ଜୀବ ! ଲୋକେ ଦେଖି ହୋଇଗଲେ ଚକିତ
ସମୁଦ୍ର କୂଳରେ ହଠାତ୍ ଏଲିଅନ୍ ଭଳି ଏକ ଜୀବକୁ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ତାହାର ଫଟୋ ଉଠାଇ ପୋଷ୍ଟ କରି ଦେଇଥିଲେ। ଏହି ଫଟୋକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବ୍ୟବହାରକାରୀ ରେଡଡିଟରେ ଏହି ଜୀବର ଫଟୋ ପୋଷ୍ଟ କରି ଲେଖିଥିଲେ, ତାଙ୍କ ମା’ ଓ ସେ ସମୁଦ୍ର କୂଳକୁ ଯାଇଥିଲେ, ଏହି ସମୟରେ ଏହି ଘଟଣା ଘଟିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଘଟଣାଟି ପଶ୍ଚିମ ଅଷ୍ଟ୍ରେଲିଆର ବ୍ରୁମ୍ ନାମକ ସ୍ଥାନର ବୋଲି ଜଣାପଡ଼ିଛି। ସୋସିଆଲ ସାଇଟ୍ରେ ଫଟୋ ସେୟାର କରାଯିବା ପରେ ଅନେକଲୋକ ଏହି ଜୀବ ଉପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ ଚିହ୍ନିବା ପାଇଁ ଚେଷ୍ଟା ବି କରିଛନ୍ତି।
ଜଣେ ବ୍ୟକ୍ତି ଏହି ଫଟୋକୁ ଦେଖି କହିଛନ୍ତି, ଏହା କୌଣସି ଜୀବନର ପଛ ପାର୍ଶ୍ୱ ଭଳି ଦିଶୁଛି। ସେହିପରି କିଛି ଲୋକେ ଏହି ଜୀବକୁ Armed Anemone ବୋଲି କରିଛନ୍ତି। ଏହି ଜୀବ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ, ଜୀବର ଲମ୍ବର ୫୦ ସେମି ପର୍ଯ୍ୟନ୍ତ ହୋଇଥାଏ। ସାଧାରଣତଃ ଏହି ଜୀବନ ଶରୀରରେ ବିଭିନ୍ନ ପ୍ରକାର ରଙ୍ଗ ଥିବା ଦେଖିବାକୁ ମିଳିଥାଏ। ବ୍ୟବହାରକାରୀ ଅନୁମାନ କରି କହିଛନ୍ତି, ଖରା ହେତୁ ଏହି ଜୀବ ଶରୀରର ଏହି ରଙ୍ଗ ଫିକା ପଡ଼ି ଯାଇଛି। ଏହାର ଡଙ୍କ ବହୁ ବିଷାକ୍ତ ହୋଇଥାଏ। ଯଦି ଥରେ ଏହି ଜୀବ ମନୁଷ୍ୟକୁ କାମୁଡି ଦେଇଥାଏ ଠିକ୍ ହେବା ପାଇଁ ମାସମାସ ସମୟ ଲାଗି ଯାଇଥାଏ।