ଆଲିଆଙ୍କ ଡବଲ ଧମାକା । ରିଲିଜ ଅପେକ୍ଷାରେ ୨ ଫିଲ୍ମ

141

କନକ ବ୍ୟୁରୋ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସଞ୍ଜୟଲିଲା ବଂସାଲିଙ୍କ ନୂଆ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ ୨୦୨୨ ଜାନୁଆରୀ ୬ ତାରିଖରେ ରିଲିଜ୍ ହେବ । ଜୟନ୍ତିଲାଲ ଗଦା ଓ ସଞ୍ଜୟଲିଲା ବଂସାଲିଙ୍କ ମିଳିତ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଫିଲ୍ମ । ଏହା ଏକ ବାସ୍ତବ କାହାଣୀ ଉପରେ ନିର୍ମାଣ କରାଯାଇଛି । ଲକଡାଉନ ଯୋଗୁଁ ଅଟକି ରହିଥିବା ଅନେକ ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ୨୪ ଘଣ୍ଟା ମଧ୍ୟରେ ନିଜ ନିଜର ରିଲିଜ ତାରିଖ ନିର୍ଦ୍ଧାରଣ କରିଛନ୍ତି । ହେଲେ ବଂସାଲି ଏହି ପ୍ରତିଯୋଗତିତାରୁ ନିଜକୁ ବାଦ ଦେଇଛନ୍ତି । କାରଣ ସେ ଦର୍ଶକଙ୍କ ମନସ୍ତତ୍ତ୍ୱକୁ ପରଖିଛନ୍ତି ।

 

ସାଉଥ୍ ନିର୍ଦ୍ଦେଶକ ଏସଏସ ରାଜମୌଲି ମଧ୍ୟ ନିଜ ଫିଲ୍ମ ‘ ଆରଆରଆର’କୁ ନେଇ ବ୍ୟସ୍ତ । କୋଭିଡ ଯୋଗୁଁ ଏହି ଫିଲ୍ମର ରିଲିଜକୁ ସ୍ଥଗିତ ରଖିଛନ୍ତି । ହେଲେ ଏହି ଫିଲ୍ମକୁ ୨୦୨୨ରେ ରିଲିଜ କରିବେ ବୋଲି ସୂଚନା ଦେଇଛନ୍ତି । ବଂସାଲିଙ୍କ ‘ଗଙ୍ଗୁବାଇ କାଠିଆୱାଡି’ ୨୦୨୨ ଜାନୁଆରୀ ୬ ତାରିଖରେ ରିଲିଜ୍ ହେବାକୁ ଥିବାବେଳେ ଠିକ ପରଦିନ ରିଲିଜ୍ ହେବ ରାଜମୌଲିଙ୍କ ‘ଆରଆରଆର’ । ଏଥିରେ ରାମଚରଣ ଓ ଜୁନିଆର ଏନଟିଆର ମୁଖ୍ୟ ଭୂମିକାରେ ଥିବାବେଳେ ଅବତୀର୍ଣ୍ଣ ହୋଇଛନ୍ତି ଆଲିଆ । ‘ଗଙ୍ଗୁବାଇ କାଠିଆୱାଡି’ରେ ମଧ୍ୟ ଆଲିଆଙ୍କ ଜଲୱା ଦେଖିବାକୁ ମିଳିବ ।