କନକ ବ୍ୟୁରୋ: କ୍ୟାଟ୍ରିନା – ଭିକ୍କି କୌଶଲଙ୍କ ବିବାହ ପରେ ଏବେ ବି-ଟାଉନର ଆଉ ଏକ ଯୋଡିଙ୍କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଏହି ଯୋଡି ହେଉଛନ୍ତି ଆଲିଆ ଭଟ୍ଟ ଓ ରଣବୀର କପୁର । ଦୀର୍ଘ ଦିନର ସମ୍ପର୍କ ବିବାହର ନାଁ ନେବାକୁ ଯାଉଛି । ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏଥିପାଇଁ ଦୁହିଁଙ୍କ ପରିବାରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।

Advertisment

ଖବର ମୁତାବକ, ଦୁହେଁ ଆସନ୍ତା ଏପ୍ରିଲରେ ବିବାହ କରିବାକୁ ଯାଉଛନ୍ତି । ଦୁହେଁ ୨୦୨୧ ରେ ହିଁ ବିବାହ କରିଥାନ୍ତେ କିନ୍ତୁ କରୋନା ସହ କିଛି ବ୍ୟକ୍ତିଗତ କାରଣରୁ ବିବାହକୁ ସ୍ଥଗିତ ରଖାଯାଇଥିଲା । । କୁହାଯାଉଛି ଯେ, ଦୁହିଁଙ୍କ ବିବାହ ଧୁମଧାମରେ ରାଜସ୍ଥାନର ରଣଥମ୍ବୋରରେ ଅନୁଷ୍ଠିତ ହେବ । ଏହି ସ୍ଥାନକୁ ଦୁହେଁ ଅନେକ ଥର ଛୁଟି କାଟିବାକୁ ଯାଇଛନ୍ତି । ଏହା ସେମାନଙ୍କର ମନପସନ୍ଦ ଡେଷ୍ଟିନେସନ୍ ହୋଇଥିବାରୁ ଏହିଠାରେ ହିଁ ବିବାହ କରିବାକୁ ମନସ୍ଥ କରିଛନ୍ତି ଆଲିଆ ଓ ରଣବୀର ।