କାହାର ହେବେ ଆଲିଆ ? ଅଭିନେତା ରଣବୀର ନା ଏହି କୋଟିପତିଙ୍କ ହାତ ଧରିବେ ବଲିଉଡର ଚୂଲବୁଲି ନାୟିକା ଆଲିଆ ଭଟ୍ଟ

Advertisment
କାହାର ହେବେ ଆଲିଆ ? ଅଭିନେତା ରଣବୀର ନା ଏହି କୋଟିପତିଙ୍କ ହାତ ଧରିବେ ବଲିଉଡର ଚୂଲବୁଲି ନାୟିକା ଆଲିଆ ଭଟ୍ଟ

Source:Bollywoodlife.com

ବଲିଉଡର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଆଲିୟା ଭଟ୍ଟ ଏବେ ରଣବୀର କପୁରଙ୍କୁ ଡେଟ୍‌ କରୁଥିବାର ଖବର ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟ ଶୁଣିବାକୁ ମିଳୁଛି କି ଦୁହେଁ ଖୁବ ଶୀଘ୍ର ବିବାହ କରିବେ । ଏକଥାକୁ ଆଲିଆ ବି ଖୋଲାଖୋଲି ସ୍ୱୀକାର କଲେଣି। ଏଇ ନିକଟରେ ଏକ ଟେଲିଭିଜନ୍‌ ସୋ’ରେ ଯେତେବେଳେ ଆଲିଆଙ୍କୁ ରଣବୀରଙ୍କ ସଂପର୍କରେ ପଚରାଗଲା ତାଙ୍କର ମୁହଁ ଲାଲ୍‌ ହୋଇଗଲା ଏବଂ ଲାଜରେ ସେ ନିଜ ମୁହଁକୁ ହାତରେ ଲୁଚାଇ ରଖିଥିଲେ। ଏଥିରୁ ସ୍ପଷ୍ଟ ହେଲାଣି ଯେ ରଣବୀରଙ୍କ ସହ ଆଲିଆଙ୍କର ପ୍ରେମ ସଂପର୍କ ରହିଛି।

publive-image

ଶୁଣିବାକୁ ମିଳୁଥିଲା ଯେ ଆଲିଆ ରଣବୀରଙ୍କୁ ନୁହେଁ ,ବରଂ ଜଣେ କୋଟିପତି ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି। କହାଗଲା ଯେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ବ୍ରେକ୍‌ ଅପ ହେବାପରେ ଏହି ଯୁବ ବ୍ୟବସାୟୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆ। ପ୍ରଥମେ ଦୀପିକା ପାଦୁକୋନ, ତା’ପରେ କ୍ୟାଟ୍ରିନା କୈଫଙ୍କ ସହ ବଲିଉଡର ଚକଲେଟ ବଏ ରଣବୀର କପୁରଙ୍କ ପ୍ରେମ ସମ୍ପର୍କ ରହିଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା । ଏହି ଦୁଇ ନାୟିକାଙ୍କ ସହ ରଣବୀରଙ୍କ ବିବାହ କରିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥିଲା । କିନ୍ତୁ କିଛିଦିନ ପରେ ଏହି ଚର୍ଚ୍ଚା ଥମି ଯାଇଥିଲା । ଏହା ପରେ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ହୋଇଥିଲା ଅନେକ ଚର୍ଚ୍ଚା ।

publive-image

କିନ୍ତୁ ଏବେ ଆଲିଆଙ୍କ ସହ ସଂପର୍କ ଯୋଡିଛନ୍ତି ରଣବୀର କପୁର। ଏଦୁହେଁ ଏବେ ଇସ୍ରାଏଲରେ ନୂଆ ସିନେମା ‘ବ୍ରହ୍ମାସ୍ତ୍ର’ର ସୁଟିଂ କରୁଛନ୍ତି। ହଁ ଆଲିଆ ଯେଉଁ କୋଟିପତି ବ୍ୟବସାୟୀଙ୍କୁ ଡେଟ୍‌ କରୁଛନ୍ତି ସେ ହେଲେ ଜଣାଶୁଣା ବ୍ୟବସାୟୀ ସୁନୀଲ ମିତ୍ତଲଙ୍କ ପୁଅ କେବିନ୍‌ । ଉଭୟଙ୍କର ଦେଖା ୨୦୧୭ ଅକ୍ଟୋବରରେ ହୋଇଥିଲା।ଏହାପରେ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ । ଏବେ ଦେଖିବା କଥା କାହାକୁ ବାହା ହେଉଛନ୍ତି ଆଲିଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe