ବଲିଉଡର ସଦ୍ୟତମ ଓ ସବୁଠୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ହେଉଛନ୍ତି ରଣବୀର କପୁର୍ ଓ ଆଲିଆ ଭଟ୍ଟ। ଅବଶ୍ୟ ଦୁହିଁଙ୍କ ଭିତରେ ପ୍ରେମ ଚାଲିଛି ବୋଲି ସେମାନଙ୍କ ଭିତରୁ କେହି ସ୍ୱୀକାର କରି ନାହାନ୍ତି, କିନ୍ତୁ ଉଭୟଙ୍କ ବନ୍ଧୁତାକୁ ନେଇ ସେମାନେ ଖୁବ୍ ଖୁସି ବୋଲି ଖୋଲାଖୋଲି ଭାବେ କହୁଛନ୍ତି। ରଣବୀର ତ ଏକ ସାକ୍ଷାତକାରରେ କହି ଦେଇଛନ୍ତି ଯେ ଆଲିଆଙ୍କ ସହିତ ବନ୍ଧୁତା ତାଙ୍କ ଜୀବନକୁ ଅନେକଟା ସଜାଡ଼ି ଦେଇଛି। ସେ ନିଜକୁ ଅଲଗା ରୂପେ ପୁନଃ ଆବିଷ୍କାର କରିପାରିଛନ୍ତି। ଆଲିଆଙ୍କ କାମକୁ ଓ ତାଙ୍କ ବ୍ୟକ୍ତିତ୍ୱକୁ ବି ସେ ଖୁବ୍ ପ୍ରଶଂସା କରିଛନ୍ତି।

Advertisment

publive-image

ଅନ୍ୟପକ୍ଷରେ ଆଲିଆ ଏବେ ସଫଳତାର ଶିଡ଼ି ଚଢ଼ିବାରେ ଲାଗିଛନ୍ତି। ତାଙ୍କ ଫିଲ୍ମଗୁଡ଼ିକ ଗୋଟିଏ ପରେ ଗୋଟିଏ କେବଳ ହିଟ୍ ହେଉନାହିଁ, ଆଲିଆ ତାଙ୍କ ଅଭିନୟ ପାଇଁ ମଧ୍ୟ ବେଶ୍ ପ୍ରଶଂସିତ ହେଉଛନ୍ତି। କହିବା ଅନାବଶ୍ୟକ ଯେ ସେ ବର୍ତ୍ତମାନ ବଲିଉଡ୍ର ଅନ୍ୟତମ ସଫଳତମ ଅଭିନେତ୍ରୀ। ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ସଂପର୍କ ଭାଙ୍ଗି ଯିବାପରେ ଏବେ ରଣବୀରଙ୍କ ସହିତ ଆଲିଆଙ୍କର ବନ୍ଧୁତା ବେଶ୍ ଗଭୀର ହେଉଛି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି। ଦୁହେଁ ଦୁହିଁଙ୍କର ସାନ୍ନିଧ୍ୟକୁ ବେଶ୍ ଉପଭୋଗ କରିବା ଭଳି ଦେଖା ଯାଉଛନ୍ତି। ଏବେ ଏକ ସାକ୍ଷାତକାରରେ ତାଙ୍କର ବାହାଘର କେବେ ହେବ ବୋଲି ପ୍ରଶ୍ନର ଉତ୍ତରରେ ରଣବୀର କହିଛନ୍ତି, ‘‘ଆଶା କରୁଛି ଖୁବ୍ ଶୀଘ୍ର।’’

publive-image

ସଂଯୋଗକୁ କିଛିଦିନ ତଳେ ଏକ ସାକ୍ଷାତକାରରେ ଆଲିଆ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ‘‘ଅବଶ୍ୟ ଏବେ ମୁଁ ବାହାଘର କଥା ଚିନ୍ତା କରୁନାହିଁ। ସତ କହିବାକୁ ଗଲେ, ମୁଁ ଏସବୁ ବିଷୟରେ ଆଦୌ ଚିନ୍ତା କରେନି। ଯାହା କରିବାର ଥାଏ ବିନା ଚିନ୍ତାରେ ମୁଁ କରେ। ଟ୍ଟ.ଜୀବନର ସବୁ ସୁନ୍ଦର କଥା ଆଶା କରୁ ନ ଥିବା ସମୟରେ ହିଁ ହୁଏ। ଲୋକେ ଭାବୁଥିବେ ଯେ ମୁଁ ୩୦ ବର୍ଷରେ ବାହାହେବି। କିନ୍ତୁ ହୁଏତ ମୁଁ ତାର ବହୁତ ଆଗରୁ ବାହା ହେଇ ପଡ଼ି ନିଜକୁ ଆଶ୍ଚର୍ୟ୍ୟ କରିଦେବି।’’