କନକ ବ୍ୟୁରୋ : ଲତା ମଙ୍ଗେଶକରଙ୍କ ଦେହାନ୍ତ ପରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ଅନେକ ସେଲିବ୍ରେଟି ଲତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ଶୋକ ପ୍ରକାଶ କରିଛନ୍ତି । ହେଲେ ଜଣେ ଭାରତୀୟ ଗାୟକଙ୍କ ମୃତ୍ୟୁରେ ବି ମର୍ମାହତ ହୋଇପଡିଛି ପଡୋଶୀ ଦେଶ ପାକିସ୍ତାନ । ପାକିସ୍ତାନର ଅନେକ ନେତା ଓ ସେଲିବ୍ରେଟିମାନେ ସୋସିଆଲ ମଡିଆ ମାଧ୍ୟମରେ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।
ପାକିସ୍ତାନର ସଂଘୀୟ ସୂଚନା ଓ ପ୍ରଶାରଣ ମନ୍ତ୍ରୀ ଫବାଦ ହୁସେନ ଲେଖିଛନ୍ତି “ଭାରତର ଜଣେ କିମ୍ବଦନ୍ତୀ ଚାଲିଗଲେ” । ସେ ଆହୁରି ଲେଖିଛନ୍ତି କି, ଲତା ଅନେକ ଦଶକଧରି ସଂଗୀତ ଦୁନିଆରେ ରାଜ କରୁଥିଲେ, ସେ ସଂଗୀତର ରାଣିଥିଲେ । ସେ ଚାଲିଗଲେ ସିନା ହେଲେ ଆଗାମୀ ପିଢିପାଇଁ ବି ସେ ସ୍ୱରର ଛାପ ଛାଡିଯାଇଛନ୍ତି ।
لتا منگیشکر کا انتقال موسیقی کے ایک عہد کا خاتمہ ہے، لتا جی نے عشروں تک سر کی دنیا پر حکومت کی اور ان کی آواز کا جادو رہتی دنیا تک رہے گا، جہاں جہاں اردو بولی اور سمجھی جاتی ہے وہاں لتا منگیشکر کو الوداع کہنے والوں کا ہجوم ہے، #LataMangeshkar
— Ch Fawad Hussain (@fawadchaudhry) February 6, 2022
କେବଳ ଫବାଦ ହୁସେନ ନୁହଁନ୍ତି ପାକିସ୍ତାନର ଜଣାଶୁଣା ନିବେଶକ ତଥା ବ୍ୟାଙ୍କର ମୀର ମହମ୍ମଦ ଅଲ୍ଲୀ ଖାନ ବି ଲତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ସେ ଲେଖିଛନ୍ତି କି ଲତା ଏକାଧାରରେ ଭାରତ ପାଇଁ ଜଣେ ଲିଜାଣ୍ଡ ଓ ଆଇକନ ଥିଲେ । ସେ ୭୦ ବର୍ଷ ଧରି ଲୋକମାନଙ୍କର ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି ।
Words cannot define a legend like #LataMangeshkar Ji. Only music can perhaps whisper to her everlasting greatness.
Re-sharing a humble tribute. May God bless her soul in eternal peace. pic.twitter.com/pvivLC7IF3— Ali Zafar (@AliZafarsays) February 6, 2022
ମନ୍ତ୍ରୀ ଓ ବ୍ୟବସାୟୀଙ୍କ ପରେ ପାକିସ୍ତାନର ଲୋକପ୍ରିୟ ଗାୟକ ଅଲ୍ଲୀ ଜଫର ଲତାଙ୍କ ଗୀତକୁ ନିଜ କଣ୍ଠରେ ଗାଇ ଲେଖିଛନ୍ତି କି ଲତା ମଙ୍ଗେଶକରଙ୍କ ଶ୍ରଦ୍ଧାଞ୍ଜଳୀ ଲେଖିବାକୁ ମୋ ଓଠରେ ଭାଷା ନାହିଁ । କେବଳ ସଂଗୀତକୁ ନିଜ ଜୀବନର ମାନେ ବୁଝିଥିବା ଜଣେ କଳାକାରକୁ କେବେ ବି ମୃତ୍ୟୁ ସ୍ପର୍ଶ କରିପାରିବ ନାହିଁ , ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/51.jpg)