ପାକିସ୍ତାନ ବିବାଦର ପ୍ରଭାବ : "ଡିୟର ଜିନ୍ଦେଗୀ' ଫିଲ୍ମରୁ ବିଦା ହେଲେ ଅଲ୍ଲୀ ଜାଫର

ପାକିସ୍ତାନ ବିବାଦର ପ୍ରଭାବ : "ଡିୟର ଜିନ୍ଦେଗୀ' ଫିଲ୍ମରୁ ବିଦା ହେଲେ ଅଲ୍ଲୀ ଜାଫର

source-google

ପାକିସ୍ତାନ ବିବାଦର ସମସ୍ତ ପ୍ରଭାବ ଏବେ ବଲିଉଡରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ନିର୍ମାତାମାନେ ପାକିସ୍ତାନୀ କଳାକାରଙ୍କୁ ନିଜ ଫିଲ୍ମରେ ନେବାକୁ ନାରାଜ । କାରଣ ସେମାନେ କୈାଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାଁନ୍ତି ।
ଶାହାରୁଖଙ୍କ ଫିଲ୍ମ "ଡିୟର ଜିନ୍ଦେଗୀ'ରୁ ପାକିସ୍ତାନୀ ଅଭିନେତା ଅଲୀ ଜାଫରଙ୍କୁ ବାହାର କରି ଦିଆ ଯାଇଥିବା ଜଣାପଡିଛି ।

ଗୈାରୀ ସିନ୍ଧେଙ୍କ ଫିଲ୍ମ "ଡିୟର ଜିନ୍ଦେଗୀ'ରୁ  ଅଲ୍ଲୀ ଜାଫରଙ୍କୁ ବାହାର କରି ତାହିର ରାଜଙ୍କୁ ତାଙ୍କ ସ୍ଥାନରେ ନିଆ ଯାଇଛି । ଏବେ ତାହିର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ସୂଚନାରୁ ଜଣାପଡିଛି ତାହିରଙ୍କ ଏକ ଗୀତର ସୁଟିଂ ମଧ୍ୟ ଶେଷ ହୋଇଯାଇଛି । ଫିଲ୍ମର ଏକ ଗୀତରେ ସେ ଆଲିଆଙ୍କ ସହ ନଜର ଆସିବେ ଏବଂ ଅରିଜିତ ସିଂ ଏହି ଗୀତକୁ ଗାଇଛନ୍ତି ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe