ପାକିସ୍ତାନ ବିବାଦର ସମସ୍ତ ପ୍ରଭାବ ଏବେ ବଲିଉଡରେ ଦେଖିବାକୁ ମିଳିଛି । ଚଳଚ୍ଚିତ୍ର ନିର୍ମାତାମାନେ ପାକିସ୍ତାନୀ କଳାକାରଙ୍କୁ ନିଜ ଫିଲ୍ମରେ ନେବାକୁ ନାରାଜ । କାରଣ ସେମାନେ କୈାଣସି ପ୍ରକାର ରିସ୍କ ନେବାକୁ ଚାହୁଁ ନାହାଁନ୍ତି ।
ଶାହାରୁଖଙ୍କ ଫିଲ୍ମ "ଡିୟର ଜିନ୍ଦେଗୀ'ରୁ ପାକିସ୍ତାନୀ ଅଭିନେତା ଅଲୀ ଜାଫରଙ୍କୁ ବାହାର କରି ଦିଆ ଯାଇଥିବା ଜଣାପଡିଛି ।
ଗୈାରୀ ସିନ୍ଧେଙ୍କ ଫିଲ୍ମ "ଡିୟର ଜିନ୍ଦେଗୀ'ରୁ ଅଲ୍ଲୀ ଜାଫରଙ୍କୁ ବାହାର କରି ତାହିର ରାଜଙ୍କୁ ତାଙ୍କ ସ୍ଥାନରେ ନିଆ ଯାଇଛି । ଏବେ ତାହିର ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି ।
ସୂଚନାରୁ ଜଣାପଡିଛି ତାହିରଙ୍କ ଏକ ଗୀତର ସୁଟିଂ ମଧ୍ୟ ଶେଷ ହୋଇଯାଇଛି । ଫିଲ୍ମର ଏକ ଗୀତରେ ସେ ଆଲିଆଙ୍କ ସହ ନଜର ଆସିବେ ଏବଂ ଅରିଜିତ ସିଂ ଏହି ଗୀତକୁ ଗାଇଛନ୍ତି ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/Screen-shot-2016-11-03-at-2.11.14-PM.png)