କାହିଁକି କପିଲଙ୍କ ହାତ ଛାଡିଲେ ନାନୀ ! ସୁନୀଲ୍ ନୁହଁନ୍ତି ପ୍ରକୃତ କାରଣ . . ଶୁଣନ୍ତୁ ଅଲ୍ଲୀଙ୍କ ମୁହଁରୁ ପୂରା ସତ୍ୟତା

33

‘ଦ କପିଲ୍ ଶର୍ମା ଶୋ’ ଛାଡିବାର ଦୀର୍ଘ ଦିନ ପରେ ମୁହଁ ଖୋଲିଛନ୍ତି ଅଲ୍ଲୀ ଅସଗର୍ । କାହିଁକି ଶୋ’ ଛାଡିଥିଲେ ସେ ନେଇ କରିଛନ୍ତି ଖୁଲାସା । ଶୁଣିବାକୁ ମିଳିଥିଲା ଅଲ୍ଲୀ , ମଝି ଆକାଶରେ ସୁନୀଲଙ୍କ ସହ କପିଲଙ୍କ ଝଗଡା ପରେ ଶୋ’ ଛାଡିଥିଲେ । କାରଣ ସେ ମଧ୍ୟ କପିଲଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଥିଲେ । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ନିଜେ ଅଲ୍ଲୀ ଅସଗର୍ । କହିଛନ୍ତି କପିଲଙ୍କ ବ୍ୟବହାର ପାଇଁ ନୁହେଁ ବରଂ କ୍ରିଏଟିଭ୍ ତଫାତ୍ ପାଇଁ ଶୋ’ ଛାଡିବାକୁ ବାଧ୍ୟ ହୋଇଥିଲେ ।

ଅଲ୍ଲୀଙ୍କ କହିବା ଅନୁଯାୟୀ, ତାଙ୍କ ଚରିତ୍ରରେ କୌଣସି ପରିବର୍ତ୍ତନ ହେଉନଥିଲା । ଫଳରେ ଟିମ୍ ଏବଂ ତାଙ୍କ ମଧ୍ୟରେ କ୍ରିଏଟିଭ୍ ଫରକ୍ ଆସିଯାଇଥିଲା । ଯେଉଁଥିରେ ଆଉ କେବେ କୌଣସି ସୁଧାର ଆସିବାର ଆଶା ନଥିଲା । ତେଣୁ ସେ ବାଧ୍ୟ ହୋଇ ଏପରି ନିଷ୍ପତି ନେଲେ । ତେବେ ତାଙ୍କର ଶୋ’ ଛାଡିବା ନିଷ୍ପତି ସୁନୀଲ୍ ଏବଂ କପିଲଙ୍କ ଝଗଡା ସହ ଦୂର ଦୂର ପର୍ଯ୍ୟନ୍ତ କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହା ମଧ୍ୟ କହିଛନ୍ତି , ସେ କପିଲଙ୍କ ଶୋ’ର ଷ୍ଟେଜ୍ ଏବଂ ଟିମକୁ ମିସ୍ କରୁଛନ୍ତି ।

କିଛି ଦିନ ତଳେ ଫ୍ଲାଇଟରେ ସୁନୀଲ୍ ଗ୍ରୋଭର୍ ଏବଂ କପିଲ୍ ଶର୍ମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହା ପରେ ଅଲ୍ଲୀ, ସୁଗନ୍ଧା, ଚନ୍ଦନ ପ୍ରଭାକର୍ ଜଣ ଜଣ କରି ଶୋ’ ଛାଡିଦେଇଥିଲେ । ଏପରିକି ଏହି ମାମଲା କିଛି ଦିନ ଧରି ଚର୍ଚ୍ଚାରେ ରହିବା ସହ ଗଣମାଧ୍ୟମରେ ମୁଖ୍ୟ ଖବର ପାଲଟି ଯାଇଥିଲା ।