କନକ ବ୍ୟୁରୋ: ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଟିମକୁ ବଡ ଝଟକା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆଲେକ୍ସ ହେଲ୍ସ । ଇନଷ୍ଟାଗ୍ରାମ ପୋଷ୍ଟ କରି ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅବସର ଘୋଷଣା କରିଛନ୍ତି । ଆଲେକ୍ସ ହେଲ୍ସ ଗତ ବର୍ଷ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ । ଯେଉଁ ବର୍ଷ କି ଇଂଲଣ୍ଡ ବିଶ୍ୱକପ୍ ଚାମ୍ପିୟନ୍ ହେଇଥିଲା ।
୩୪ ବର୍ଷୀୟ ଆଲେକ୍ସ ହେଲ୍ସ ଲେଖିଛନ୍ତି ଯେ, ଦୟାକରି ନୋଟ୍ କରିନିଅନ୍ତୁ, ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ତିନୋଟି ଫର୍ମାଟକୁ ମିଶାଇ ଦେଶ ପାଇଁ ୧୫୬ଟି ମ୍ୟାଚରେ ପ୍ରତିନିଧିତ୍ୱ କରିବା ମୋର ସୌଭାଗ୍ୟ ଅଟେ । ସାରା ଜୀବନ ପାଇଁ ମୁଁ କିଛି ସ୍ମୃତି ବନେଇଛି , ଯାହାକି ମୋତେ ଆଗକୁ ବଢିବାକୁ ସାହାଯ୍ୟ କରିବ ।
View this post on Instagram
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଂଲଣ୍ଡ ପାଇଁ ଖେଳିବା ସମୟରେ ଉତ୍ଥାନ-ପତନ ଦେଖିଛି । ଏହା ଏକ ଅବିଶ୍ୱସନୀୟ ଯାତ୍ରା ରହିଥିଲା । ଇଂଲଣ୍ଡ ପାଇଁ ମୋର ଶେଷ ମ୍ୟାଚ୍ ବିଶ୍ୱକପ୍ ରହିଥିଲା । ଯେଉଁଥରେ ପ୍ରଂଶସକଙ୍କ ପୂର୍ଣ୍ଣ ସମର୍ଥନ ରହିଥିଲା ବୋଲି ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ୍ ନିଜ ଦେଶ ପାଇଁ ୧୧ଟି ଟେଷ୍ଟ, ୭୦ଟି ଦିନିକିଆ ଏବଂ ୭୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ କ୍ରିକେଟରେ ସେ ମୋଟ ୫୭୩ ରନ୍ କରିଥିବାବେଳେ, ଦିନିକିଆରେ ୨୪୧୯ ରନ୍ ଏବଂ ଟି-୨୦ରେ ମୋଟ ୨୦୭୪ ରନ୍ ସଂଗ୍ରହ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/08/skysports-alex-hales-cricket_5900017.jpg)