କନକ ବ୍ୟୁରୋ: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ସେପଟେ ଥିବା ୩ଟି ବିମାନ ଘାଟିରେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ରହିଛନ୍ତି । କିନ୍ତୁ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସାଲ ଭି.ଆର.ଚୌଧୁରୀ କହିଛନ୍ତି ।
ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବାବେଳେ ତା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତି ହେଉଛି ଏଲଏସି ସେପଟେ ଏବେ ବି ଚୀନ ବାୟୁସେନାର ଲଢୁଆ ବିମାନ ମୁତୟନ ରହିଛି । କିନ୍ତୁ ତାହାର ମୁକାବିଲା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକ ସଂଖ୍ୟକ ବିମାନ ମୁତୟନ ରହିବା ସହ ପ୍ରସ୍ତୁତ ଅଛନ୍ତି ।
ତେବେ ସେ କହିଛନ୍ତି ଯେ ଲଦାଖରରେ ଚୀନ ବାୟୁସେନାର ମାରକ କ୍ଷମତା ଅପେକ୍ଷାକୃତ ଦୁର୍ବଳ । ଏହା ସହିତ ଭାରତୀୟ ବାୟୁସେନାରେ ରାଫେଲ ବିମାନ ଓ ଆପାଚେ ହେଲିକପ୍ଟର ସାମିଲ ହେବା ଦ୍ବାରା ଆମର ଲଢୁଆ କ୍ଷମତା ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଲଢୁଆ କ୍ଷମତାକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/VR-Chaudhari.jpg)