ହ୍ୱାଟସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର: ବଦଳିଲା ଲୋକପ୍ରିୟ ମେସେଜିଂ ଆପର ୟୁଜର ପଲିସି; ବ୍ୟବହାର ପୂର୍ବରୁ ଗ୍ରାହକଙ୍କୁ ମାନିବାକୁ ହେବ କଂପାନୀର ଏହିସବୁ ସର୍ତ୍ତ…ନଚେତ୍ ଡିଲିଟ୍ ହୋଇଯିବ ହ୍ୱାଟସଆପ ଆକାଉଂଟ

1,979

କନକ ବ୍ୟୁରୋ : ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପକୁ ନେଇ ଆସିଛି ବଡ ଖବର । ଡିଲିଟ୍ ହୋଇଯିବ ହ୍ୱାଟସଆପ ବ୍ୟବହାରକାରୀଙ୍କ ଆକାଉଂଟ । ଯଦି ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ ନଚେତ୍ କଂପାନୀ ପକ୍ଷରୁ ଆପଣଙ୍କ ହ୍ୱାଟସଆପ୍ ଆକାଉଂଟକୁ ବନ୍ଦ କରିଦିଆଯିବ । ତେବେ ହ୍ୱାଟସଆପର ଏହିି ନୂଆ ସର୍ତ୍ତାବଳୀ ନୂଆ ବର୍ଷରୁ ଲାଗୁ ହେବାକୁ ଯାଉଛି । ଯେଉଁଥିରେ ୟୁଜରଙ୍କୁ କଂପାନୀର ସବୁ ସର୍ତ୍ତକୁ ମାନିବାକୁ ପରାମର୍ଶ ଦିଆଯାଇଛି ଆଉ ଯଦି କେହି ଏହାକୁ ପାଳନ ନକରନ୍ତି ତେବେ ତାଙ୍କର ହ୍ୱାଟସଆପ ଆକାଉଂଟକୁ ଡିଟିଲଲିଟ କରିଦିଆଯିବ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କଂପାନୀ ପକ୍ଷରୁ କିନ୍ତୁ ସେଭଳି କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ ।

 

ସାରା ବିଶ୍ୱରେ ହ୍ୱାଟସଆପର ପ୍ରାୟ ଦେଢ ବିଲିୟନରୁ ଅଧିକ ୟୁଜର ଅଛନ୍ତି । ଯଦି ଏମାନେ ନିଜର ସେବା ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ପ୍ରଥମେ ହ୍ୱାଟସଆପର ଏହି ନୂତନ ଟର୍ମସ ଅଫ ସର୍ଭିସକୁ ମାନିବାକୁ ପଡିବ । ରିପୋର୍ଟ ଅନୁସାରେ ନୂଆ ଅପଡେଟ ସହିତ ହ୍ୱାଟସଆପରେ ଏହି ଆପ ଆନାଉନ୍ସମେଂଟ ପଠାଇବାର ଫିଚର ମଧ୍ୟ ଆଡ କରାଯିବ । ଅର୍ଥାତ୍ ହ୍ୱାଟସଆପକୁ ଯଦି କୌଣସି ଜିନିଷ ସଂପର୍କରେ ୟୁଜର୍ସଙ୍କ ପାଇଁ ଘୋଷଣା କରିବାର ଥିବ ତେବେ ଆପରେ ହିଁ ଏସଂକ୍ରାନ୍ତରେ ସୂଚିତ କରିଦିଆଯିବ । ତେବେ ଏହି ତଥ୍ୟ ଚାର୍ଟରେ ନୁହେଁ ବରଂ ବ୍ୟାନର ଭାବରେ ବ୍ୟବହାରକାରୀଙ୍କୁ ଦିଆଯିବ । ଏଥିରେ ଟ୍ୟାପ୍ କରି ୟୁଜର୍ସଙ୍କୁ ଏକ ଏକ୍ସଟରଲାନ େଓବସାଇଟକୁ ନିଆଯିବ, ଯେଉଁଠି ସମସ୍ତ ତଥ୍ୟ ସଂରକ୍ଷିତ ରହିଥିବ ।

ଏଠାରେ ଆମେ କହି ରଖୁଛୁ କି, ହ୍ୱାଟସଆପ ନିଜର ପଲିସିରେ ପରିବର୍ତ୍ତନ ନେଇ ବହୁ ପୂର୍ବରୁ ହିଁ ଆଲୋଚନା କରିଆସୁଛି । ସେତେବେଳେ କଂପାନୀ ପକ୍ଷରୁ ଫେସବୁକ ସହ ହ୍ୱାଟସଆପ ବ୍ୟବହାରକାରୀଙ୍କ ତଥ୍ୟ ବାଂଟିବାକୁ ଏକ ନୀତି ମଧ୍ୟ ଆଣିଥିଲା । ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏପରିକି ଏହି କାରଣ ଯୋଗୁଁ ହିଁ ୨୦୧୮ରେ ହ୍ୱାଟସଆପ ଫାଉଣ୍ଡର ଔବଦ୍ଭର କକ୍ଟଙ୍କଜ୍ଞ ସିଇଓର ପଦରୁ ଇସ୍ତଫା ଦେଇଥିଲେ । ତେବେ ହ୍ୱାଟସଆପର ଦୁଇ ଜଣ ପ୍ରତିଷ୍ଠାତା ଫେସବୁକକୁ ହ୍ୱାଟସଆପଠାରୁ ସଂପୂର୍ଣ୍ଣ ଅଲଗା ରଖିବାକୁ ଚାହୁଁଥିଲେ ଏବଂ ଟଙ୍କା ରୋଜଗାର କରିବା ପାଇଁ ବ୍ୟବହାରକାରୀଙ୍କ ତଥ୍ୟ ବିକ୍ରି କିମ୍ବା ଫେସବୁକ ସହ ସେୟାର କରିବାକୁ ସଠିକ୍ ଭାବୁନଥିଲେ । କିନ୍ତୁ ତାହା ସଫଳ ହୋଇନଥିଲା ଏବଂ ଫେସବୁକ ଏହାକୁ ନିଜ ସହ ମିଶ୍ରିଣ କରିବା ସହ ସ୍ୱତନ୍ତ୍ର ଡାଟା ସେୟାରିଂ ପଲିସି ମଧ୍ୟ ଆଣିଥିଲା ।