ତୁରନ୍ତୁ ପାନ୍ କାର୍ଡ ସହ କରାଇଦିଅନ୍ତୁ ଆଧାର କାର୍ଡର ଲିଙ୍କ । ସରକାର ଦେଲେ ଡେଡଲାଇନ୍, ଗଣିବାକୁ ପଡିବ ମୋଟାଅଙ୍କର ଜୋରିମାନା ।

1,025

କନକ ବ୍ୟୁରୋ : ତୁରନ୍ତୁ କରନ୍ତୁ ପାନ୍ କାର୍ଡ ସହ ଆଧାର ଲିଙ୍କ୍ । ସରକାର ଦେଲେ ଡେଡଲାଇନ୍, ଗଣିବେ ତଣ୍ଡ । ଦେଶରେ ଆଧାର କାର୍ଡ ଏବଂ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଂଟ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ ଠାରୁ ଆରମ୍ଭ କରି ବଡ ବଡ ବ୍ୟାଙ୍କିଂ ଟ୍ରାଞ୍ଜାକସନ୍, ଅନ୍ୟ ଫାଇନାନସିଆଲ୍ କାମ ପାଇଁ ପାନ୍ କାର୍ଡର ଆବଶ୍ୟକତା ରହିଛି । ସେହିପରି ପ୍ରାୟ ପ୍ରତିଟି କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି । ଆଉ ଏହାରି ଭିତରେ ଆୟକର ବିଭାଗ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବାର ଅବଧିକୁ ଆସନ୍ତା ଜୁନ୍ ୩୦ ତାରିଖ ଯାଏଁ ଧାର୍ଯ୍ୟ କରିଛି ।

ଯଦି ଆପଣ ଆପଣଙ୍କ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ କରାଇନାହାନ୍ତି, ତେବେ ଜୁନ୍ ୩୦ ତାରିଖ ମଧ୍ୟରେ କରାଇଦିଅନ୍ତୁ । ନଚେତ୍ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡିବ । ଆୟକର ଆଇନ୍ ୧୯୬୧ ଅନୁଯାୟୀ, ଯଦି ଆପଣ ନିର୍ଦ୍ଧାରିତ ତାରିଖ ମଧ୍ୟରେ ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କୁ ୧୦୦୦ ଟଙ୍କା ଜୋରିମାନା ଗଣିବାକୁ ପଡିବ । କେବଳ ଜୋରିମାନା ନୁହେଁ, ଏପରିକି ଆପଣଙ୍କ ପାନ୍ କାର୍ଡ ମଧ୍ୟ ଅମାନ୍ୟ ହୋଇଯିବ ।
ଏବେ ଆସନ୍ତୁ ଜାଣିବା ଘରେ ରହି କେମିତି ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିବେ ।

ପ୍ରଥମେ ଆପଣଙ୍କୁ ଇନକମ୍ ଟ୍ୟାକ୍ସର ୱେବସାଇଟକୁ ଯିବାକୁ ପଡିବ । ଏହା ପରେ ଆଧାର କାର୍ଡରେ ଦିଆଯାଇଥିବା ନମ୍ବର, ନାମ ଏବଂ ପାନ୍ କାର୍ଡର ନମ୍ବର ସଠିକ୍ ସ୍ଥାନରେ ଲେଖନ୍ତୁ । ସମସ୍ତ ତଥ୍ୟ ଭରିବା ପରେ ଦିଆଯାଇଥିବା କ୍ୟାପଚା କୋଡକୁ ସଠିକ ଭାବେ ଲେଖନ୍ତୁ ଏବଂ ସବମିଟ୍ କରିଦିଅନ୍ତୁ । ଏବେ ଆପଣ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ପାନ୍ କାର୍ଡ ଆଧାର କାର୍ଡ ସହ ଲିଙ୍କ୍ ହୋଇଯିବ ।

ଏସଏମଏସ ମାଧ୍ୟମରେ ମଧ୍ୟ ଆପଣ ଆପଣଙ୍କ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରାଇପାରିବେ । ଏଥିପାଇଁ ପ୍ରଥମେ ଆପଣ ଆପଣଙ୍କ ଫୋନରେ UIDPAN ଟାଇପ୍ କରନ୍ତୁ । ଏହାପରେ ୧୨ ଅଙ୍କ ବିଶିଷ୍ଟ ଆପଣଙ୍କ ଆଧାର କାର୍ଡର ନମ୍ବର ଟାଇପ୍ କରନ୍ତୁ । ଏହା ପରେ ୧୦ ଅଙ୍କ ବିଶିଷ୍ଟ ଆପଣଙ୍କ ପାନ୍ କାର୍ଡ ନମ୍ବର ଲେଖନ୍ତୁ । ଏହା ପରେ ମେସେଜଟିକୁ ୫୬୭୬୭୮ କିମ୍ବା ୫୬୧୬୧ ନମ୍ବରରେ ପଠାଇଦିଅନ୍ତୁ ।