ଓଡିଶା ସମୂଦ୍ର ଉପକୂଳରେ ସୁରକ୍ଷା କଡାକଡି। ଅସ୍ତରଙ୍ଗ ଉପକୂଳରେ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କଲା ନୌସେନା ଅଧିକାରୀ

200

କନକ ବ୍ୟୁରୋ: ଓଡିଶା ସମୂଦ୍ର ଉପକୂଳରେ ସୁରକ୍ଷା କଡାକଡି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ନିୟମିତ ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛନ୍ତି ନୌସେନା ଅଧିକାରୀ । ପୁଲୱାମା ହମଲା ପରେ ସମୁଦ୍ର ପଥରେ ଆତଙ୍କବାଦୀ ହମଲା ଷଡଯନ୍ତ୍ର କରୁଥିବା ନୌସେନା ମୁଖ୍ୟ କହିଛନ୍ତି । ଏପଟେ ନୌସେନା ପକ୍ଷରୁ ସମୁଦ୍ର ପଥରେ ସୁରକ୍ଷା କଡାକଡି କରାଯାଉଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି ।

ଉପକୂଳ ଅଂଚଳରେ ମତ୍ସ୍ୟଜିବୀମାନଙ୍କ ସଚେତନତାକୁ ପ୍ରାଥମିକତା ଦିଆଯାଇଛି । ସେଥି ପାଇଁ ଓଡିଶା ନୋ÷ସେନା ପ୍ରଭାରୀ କ୍ୟାପଟେନ୍ ପ୍ରଶାନ୍ତ କୁମାର ନାୟକ, ଅସ୍ତରଙ୍ଗ ସାମୁଦ୍ରିକ ଥାନାକୁ ଆସି ଏକ ଶହରୁ ଉର୍ଦ୍ଧମତ୍ସ୍ୟଜିବୀ ମାନଙ୍କୁ ସଚେତନତା କରାଇଛନ୍ତିି । ସମୁଦ୍ରରେ ମାଛ ମାରୁଥିବା ବେଳେ କୋ÷ଣସି ବ୍ୟକ୍ତି ବା ଟ୍ରଲର ପ୍ରତି ସନ୍ଦେହ ହେଲେ ତୁରନ୍ତ ସ୍ଥାନୀୟ ଥାନାକୁ ଖବର ଦେବାକୁ ମତ୍ସଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।