କନକ ବ୍ୟୁରୋ: କେରଳରେ ନିପା ଭାଇରସରେ ସଂକ୍ରମିତ ହୋଇ ଜଣେ ୧୪ ବର୍ଷୀୟ ବାଲକର ମୃତ୍ୟୁ ଘଟିଛି । କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଭେନା ଜର୍ଜ କହିଛନ୍ତି ଯେ, ନିପାରେ ଆକ୍ରାନ୍ତ ହୋଇଥିବା ବାଳକର ଚିକିତ୍ସା କୋଜିକୋଡେରେ ହେଉଥିଲା । ହୃତଘାତ କାରଣରୁ ୨୧ ଜୁଲାଇ ଦିନ ପିଲାଟିର ମୃତ୍ୟୁ ହୋଇଥିଲା । ଗଣମାଧ୍ୟମ ସୂଚନାରୁ ଜଣା ପଡିଛି ଯେ, ୨୦ ଜୁଲାଇ ଦିନ ବାଳକଟି ନିପା ପଜିଟିଭ୍ ଥିଲା ଏବଂ ତୁରନ୍ତ ତାକୁ କୋଜିକୋଡେ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ତାକୁ ମୋନୋକ୍ଲୋନାଲ ଆଣ୍ଟିବଡିର ଡୋଜ୍ ଦିଆ ଯିବାକୁଥିଲା କିନ୍ତୁ ଏହି ମେଡିସିନ ପୁନେରୁ କୋଜିକୋଡେ ପହଂଚିବା ପୂର୍ବରୁ ପିଲାଟିର ମୃତ୍ୟୁ ହୋଇଥିଲା ।

Advertisment

ବର୍ତ୍ତମାନ ରାଜ୍ୟ ସରକାର ସଂକ୍ରମିତ ବାଳକର ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କ ନିକଟରେ ପହଂଚିବା ପାଇଁ ଚେଷ୍ଟା କରୁଛନ୍ତି । କେନ୍ଦ୍ରସରକାରଙ୍କର ଗୋଟିଏ ଟିମ ମଧ୍ୟ ଏହି ସମୟରେ କୋଜିକୋଡେ ରେ ପହଂଚିଛି । କେରଳ ସରକାରଙ୍କ କହିବା ଅନୁସାରେ ର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩ଟି ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ଏବଂ ୭୭ ଜଣଙ୍କୁ କ୍ୱାରେଣ୍ଟିନରେ ରଖା ଯାଇଛି ।

ନିପା ଭାଇରସ ଏକ ମାରାତ୍ମକ ରୋଗ, ଏହାକୁ ପ୍ରଥମ ଥର ୧୯୯୮-୧୯୯୯ ରେ ମାଲେସିଆ ଏବଂ ସିଙ୍ଗାପୁରର ପୋଷା ଘୁଷୁରୀମାନଙ୍କ ପାଖରେ ଦେଖିବା ପାଇଁ ମିଳିଥିଲା । ସେହି ସମୟରେ ଏହି ରୋଗକୁ ଦୂର କରିବା ପାଇଁ ପ୍ରାୟ ୧୦ ଲକ୍ଷ ଘୁଷୁରୀଙ୍କୁ ମାରିଦିଆ ଯାଇଥିଲା କିନ୍ତୁ ଏହି ରୋଗ ଥମି ନଥିଲା । ଘୁଷୁରୀ ମାନଙ୍କ ମାଧ୍ୟରେ ଏହି ରୋଗ ମଣିଷମାନଙ୍କଠାରୁ ବ୍ୟାପିଥିଲା । ୨୦୦୧ ମସିହାରେ ବାଂଲାଦେଶର ବହୁ ସଂଖ୍ୟକ ଲୋକ ନିପା ଭାଇରସରେ ଆକ୍ରାନ୍ତ ହୋଇଥିଲେ । ସେଠିକାର ଲୋକ ଏହି ମାରାତ୍ମକ ରୋଗରୁ ବଞ୍ଚିତ ହେବା ପାଇଁ ଖଜୁରୀ ଗଛରୁ ବାହାରିଥିବା ତାଡି ପିଇଥିଲେ । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ଭୂତାଣୁ ବାଦୁଡି ମାଧ୍ୟମରେ ଖଜୁରୀ ଗଛରେ ପହଂଚିଥିଲା ।

ବାଦୁଡି ନିପା ଭାଇରସର ସବୁଠାରୁ ବଡ ବାହକ, ବାଦୁଡି କୌଣସି ଫଳକୁ ଖାଆନ୍ତି ଏବଂ ସେଥିରେ ତାଙ୍କ ଦାନ୍ତ ଲଗାଇଥାନ୍ତି ଏହା ଫଳରେ ନିପା ଭୂତାଣୁ ମଣିଷ ମାନଙ୍କ ନିକଟରେ ପହଂଚି ଥାଏ ଏବଂ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ବ୍ୟାପିଥାଏ ।

ନୋଏଡା ଫେଲିକ୍ସ ମେଡିକାଲର ଚେୟାରମ୍ୟାନ ଡଃ ଡିକେ ଗୁପ୍ତା ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ନିପା ଭୂତାଣୁର ଆରମ୍ଭରେ ୩ରୁ ୪ ଦିନ ମଧ୍ୟରେ ଜ୍ୱର, ବାନ୍ତି, ନିଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖିବା ପାଇଁ ମିଳିଥାଏ । ଏହା ଏତେ ବିପଜ୍ଜନକ ଯେ ଏହା ସ୍ନାୟୁ ପ୍ରାଣୀ ଉପରେ ପ୍ରଭାବ ପକାଇଥାଏ । ବିଶ୍ୱ ସ୍ୟାସ୍ଥ୍ୟ ସଂଗଠନ କହିବା ମତରେ ନିପା ଭାଇରସର ମୃତ୍ୟୁହାର ୪୦ ରୁ ୭୫ ପ୍ରତିଶତ ।