କନକ ବ୍ୟୁରୋ : ଓଡିଶା ଦେଇ ଯାଉଥିବା ୯୫ଟି ମେଲ ଓ ଏକ୍ସପ୍ରେସ ବାତିଲ । ସମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ୩ ଓ ୪ତାରିଖରେ ଯାତ୍ରା କରିବାକୁ ଥିବା ଟ୍ରେନକୁ ବାତିଲ କରାଯାଇଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ କର୍ତୁପକ୍ଷ କହିଛନ୍ତି ।
ବାତ୍ୟା ଜୱାଦ ୪ ତାରିଖ ସକାଳୁ ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ର ମଝିରେ ଉପକୂଳ ଛୁଇଁବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବଂ ଏହାର ପ୍ରଭାବରେ ୩ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ ତାରିଖରୁ ଅପ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୫୦୮ ଏସସିଏଲ- ଟିଭିସି, ୧୮୪୭୮ ୱାଇଏନଆରକେ – ପୁରୀ, ୧୨୮୦୨ ଏନଡିଏଲଏସ୍- ପୁରୀ, ୧୫୬୪୪ କେୱାଇକ୍ୟୁ – ପୁରୀ, ୨୨୯୦୯ ବିଏଲ –ପୁରୀ । ସେହିପରି ୨ ତାରିଖ ଡାଉନ ଲାଇନରେ ବନ୍ଦ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୨୫୦୯ ବିଏନସି – ଗୌହାଟି, ୨୨୬୪୧ ଟିଭିସି – ଏସଏଚଏମ୍, ୧୫୯୦୫ କେପ୍ – ଦିବ୍ରୁଗଡ, ୧୨୮୪୪ ଏଡିଆଇ – ପୁରୀ ।
ସେହିପରି ୪ ତାରିଖ ବାତିଲ ହେବାକୁ ଥିବା ଡାଉନ ଟ୍ରେନଗୁଡ଼ିକ ହେଲା ନଂ.୧୮୪୧୮ ଗୁଣପୁର – ପୁରୀ, ୧୨୮୦୭ ବିଶାଖାପାଟଣା-ଏନଜେଡଏମ, ୧୮୫୫୧ ବିଶାଖାପାଟଣା – କେଆରଡିଏଲ, ୨୨୨୦୨ ପୁରୀ- ଏସଡିଏଏଚ, ୧୫୬୪୩ ପୁରୀ – କେୱାକ୍ୟୁ, ୧୮୧୦୬ ପୁରୀ – ରାଉରକେଲା, ୦୮୪୩୨ ପୁରୀ – କଟକ, ୧୨୮୨୨ ପୁରୀ-ହାୱାଡା, ୧୨୮୧୫ ପୁରୀ – ଏଏନଭିଟି, ୨୨୯୪୭ ପୁରୀ –ଜିଆଇଏମବି, ୧୮୪୧୭ ପୁରୀ – ଗୁଣପୁର, ୧୮୪୨୪ ଏନୱାଇଜିଟି – ଭୁବନେଶ୍ବର, ୧୨୦୭୪ ଭୁବନେଶ୍ବର- ହାୱଡା, ୧୨୮୯୩ ଭୁବନେଶ୍ବର – ବଲାଙ୍ଗୀ, ୨୦୮୧୭ ଭୁବନେଶ୍ବର – ଏନଡିଏଲଏସ।
ସେହିପରି ଅପ୍ ଲାଇନରେ ୪ ତାରିଖ ବାତିଲ ହେବାକୁ ଥିବା ଟ୍ରେନଗୁଡିକ ହେଲା ନଂ.୧୮୪୬୩ ଭୁବନେଶ୍ବର –ଏସବିସି, ୨୨୮୧୯ ଭୁବନେଶ୍ବର- ବିଶାଖାପାଟଣା, ୧୭୦୧୫ ଭୁବନେଶ୍ବର-ସିକନ୍ଦରାବାଦ, ୧୮୬୩୭ ଏଚଟିଇ-ବିଏନସି, ୦୮୪୦୩ ଖୋର୍ଦ୍ଧା –ପୁରୀ, ୦୮୪୨୭ ଅନୁଗୁଳ –ପୁରୀ, ୧୮୪୧୮ ଗୁଣପୁର – ପୁରୀ, ୧୨୮୨୧ ହାୱାଡା – ପୁରୀ, ୦୮୪୩୧ କଟକ-ପୁରୀ (୩ ଏବଂ ୪ ତାରିଖ), ୧୮୦୧୫ ରାଉରକେଲା – ପୁରୀ (୩ ଏବଂ ୪ ତାରିଖ) ।