କନକ ବ୍ୟୁରୋ: ସାଧାରଣତଃ କାଶ କିମ୍ବା ଥଣ୍ଡା ଜ୍ୱର ହେଲେ ଲୋକେ ଡାକ୍ତରଙ୍କ ପରାମର୍ଶ ନେବା ପରିବର୍ତ୍ତେ ନିଜେ କୌଣସି ମେଡିସିନ ଷ୍ଟୋରକୁ ଯାଇ ଯେକୌଣସି ଥଣ୍ଡା ଔଷଧ କିଣି ଖାଇପକାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିପାରେ । କାରଣ ଆପଣ ଯେଉଁ ମେଡିସିନକୁ ପେନକିଲର୍ ଭାବି ସେବନ କରୁଛନ୍ତି ବାସ୍ତବରେ ସେଗୁଡିକ ମଧ୍ୟରୁ ଏଭଳି ଅନେକ ନାମୀଦାମୀ ଔଷଧ ରହିଛି ଯାହାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବହୁ ପୂର୍ବରୁ ହିଁ ବ୍ୟାନ୍ କରିସାରିଛି । ଆଜ୍ଞା ହଁ । ଆମେ ଏମିତି କିଛି ପୀଡାନାଶକ ଔଷଧ ସଂପର୍କରେ କହୁଛୁ ଯାହାକୁ ବ୍ୟାନ୍ କରାଯାଇଛି ସତ ହେଲେ ଏହା ଏବେବି ଭାରତ ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ।

ଡିସ୍ପ୍ରିନ

Advertisment

ଅନେକ ସମୟରେ ଯଦି କାହାର ଟିକେ ମୁଣ୍ଡ ବ୍ୟଥା ହୁଏ ତେବେ ସେ ଡାକ୍ତରଙ୍କ ପରାମର୍ଶ ଲୋଡିବା ବଦଳରେ ଡିସ୍ପ୍ରିନରେ କାମ ଚଳେଇ ଦିଅନ୍ତି । କିନ୍ତୁ ଆପଣ ଯାହାକୁ ଔଷଧ ଭାବେ ସେବନ କରୁଛନ୍ତି ତାହା ଅସଲରେ ଶରୀରକୁ ଆଶ୍ୱସ୍ତି ଦେଇନଥାଏ ବରଂ ବିପଦରେ ପକାଇଥାଏ । ବିଶେଷ କରି ମୁଣ୍ଡବ୍ୟଥା, ସର୍ଦ୍ଦି, କାଶ ଏବଂ ପେଟବ୍ୟଥାର ଉପଶମ ପାଇଁ ବ୍ୟବହାର କରାଯାଉଥିବା ଔଷଧ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଯେ କେତେ କ୍ଷତିକାରକ ତାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ । ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଔଷଧକୁ ଆମେରିକାରେ ବ୍ୟାନ କରାଯାଇଥିବା ବେଳେ ବାକି ଦେଶମାନଙ୍କରେ ବି ପ୍ରତିବନ୍ଧକ ଲଗାଯାଇଛି । କିନ୍ତୁ ଭାରତରେ ଏହି ମେଡିସିନର ବିକ୍ରି ଏବେ ମଧ୍ୟ ଖୁଲମ ଖୁଲା ଚାଲିଛି ।

ଡିକୋଲ୍ଡ

ଏହି ଔଷଧର ବ୍ୟବହାର ସବୁବେଳେ ଥଣ୍ଡା -ଜ୍ୱର ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଔଷଧ ମଣିଷ ଶରୀରରେ ଏକ ପ୍ରକାର ଏସିଡି ସୃଷ୍ଟି କରିଥାଏ । ଯାହା ସିଧା କିଡନୀକୁ ପ୍ରଭାବିତ କରିଥାଏ । ତେଣୁ ଡିକୋଲ୍ଡର ବିକ୍ରି ଉପରେ ଅଷ୍ଟ୍ରେଲିଆ, ବ୍ରିଟେନ, କାନାଡା ଏବଂ ଆମେରିକା ଭଳି ଦେଶମାନଙ୍କରେ ଅଙ୍କୁଶ ଲଗାଯାଇଛି ହେଲେ ଭାରତୀୟ ବଜାରରେ କିନ୍ତୁ ଏହି ମେଡିସିନର ଖୋଲାଖୋଲି ବିକ୍ରି ଚାଲିଛି ଏବଂ ବଡ କଥା ହେଉଛି କି, ସବୁ କଥା ଜାଣିବା ସତ୍ୱେ ବି ଅନେକ ଲୋକେ ଏହି ଔଷଧକୁ ସେବନ କରୁଛନ୍ତି ।

ଭିକ୍ସ

ଅଧିକାଂଶ ସମୟରେ ଥଣ୍ଡା, କାଶ ଜ୍ୱର ହେଲେ ଛୋଟ ଛୋଟ ପିଲାମାନଙ୍କୁ ଏବଂ ବଡ ଲୋକଙ୍କୁ ବି ଭିକ୍ସ ଲଗାଇବାକୁ କେହି କେହି ପରାମର୍ଶ ଦିଅନ୍ତି । କିନ୍ତୁ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । କାରଣ ଭିକ୍ସ ସ୍କିନରେ ଲଗାଇଲେ ଜଳାପଡା ଭଳି ଅନୁଭବ ହୁଏ । ଯେଉଁଥି ପାଇଁ ଏହା ଆମ ସ୍କିନ୍ ପାଇଁ ଘାତକ ପ୍ରମାଣିତ ହୋଇଥାଏ । ତେଣୁ ବିଦେଶରେ ଭିକ୍ସର ବିକ୍ରି ଉପରେ ରୋକ୍ ଲଗାଯାଇଥିବା ବେଳେ ଭାରତରେ କିନ୍ତୁ ବେଧଡକ ଭାବେ ବିକ୍ରି କରାଯାଉଛି ।

ନିମୁଲିଡ୍

ନିମୁଲିଡକୁ ସାଧାରଣତଃ ପୀଡାନାଶକ ହିସାବରେ ଗ୍ରହଣ କରାଯାଏ । ଶାରୀରିକ ଯନ୍ତ୍ରଣାକୁ ଉପଶନ ପାଇବା ପାଇଁ ଅଧିକାଂଶ ଲୋକେ ଏହାକୁ ସେବନ କରିଥାନ୍ତି । କିନ୍ତୁ ଏହି ଔଷଧରେ ଯେଉଁ ତତ୍ୱ ରହିଛି ତାହା ମଣିଷ ଶରୀରର ପାଇଁ ବହୁତ କ୍ଷତିକାରକ । ଯାହା ପରବର୍ତ୍ତୀ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।

ତେବେ ମୁଣ୍ଡ ଓ ଆଣ୍ଠୁ ଗଣ୍ଠି ବିନ୍ଧା ଆରୋଗ୍ୟକାରୀ ବଟିକା ସାରିଡନ୍, ଚର୍ମରୋଗ ଉପଶମକାରୀ ପାନଡର୍ମ ସମେତ ଏଭଳି ୩୨୮ଟି ଫିକ୍ସଡ ଡୋଜ୍ କମ୍ବିନେସନ ତଥା ଏଫଡିସି ଡ୍ରଗ୍ସକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୂର୍ବରୁ ବ୍ୟାନ କରିଦିଆଯାଇଛି । ଏପରିକି ଏହି ସବୁ ଔଷଧଗୁଡିକର ନିର୍ମାଣ, ବଂଟନ ଏବଂ ବିକ୍ରୟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।