ସାଇବର ଠକ ପଠାଉଛନ୍ତି ଲିଙ୍କ, ଖୋଲିଲେ ହ୍ୟାଙ୍ଗ ହେଉଛି ଫୋନ, ଖାଲି ହେଇଯାଉଛି ଆକାଉଣ୍ଟ । ଆପଣଙ୍କ ପାଖକୁ ଆସୁଛି କି ଏମିତି ମେସେଜ ?

514

କନକ ବ୍ୟୁରୋ: ଲିଙ୍କ୍ ଖୋଲନ୍ତୁ, ଲାପଟପ୍ ପାଆନ୍ତୁ । ସାଇବର ଠକ ପଠାଉଛନ୍ତି ଲୋଭନୀୟ ଅଫର । କ୍ଲିକ୍ କଲେ ଖାଲି ହେଉଛି ବ୍ୟାଙ୍କ୍ ଆକାଉଣ୍ଟ । ସାବଧାନ ! ସାଙ୍ଘାତିକ ହେଉଛି ସାଇବର ଲୁଟେରାଙ୍କ କାରନାମା । ଲିଙ୍କ ପଠାଇ ଲୋଭନୀୟ ଅଫର ଦେଇ ଆକାଉଣ୍ଟରେ କଳାକନା ବୁଲାଉଛନ୍ତି ସାଇବର ଠକ । ଏମିତିକି ସରକାରୀ ଯୋଜନାରେ ଲାପଟପ ମିଳିବା ନେଇ ମେସେଜ ବି କରୁଛନ୍ତି । ଆଉ ମେସେଜର ଲିଙ୍କ ଖୋଲିଲେ ହ୍ୟାଙ୍ଗ ହେଉଛି ମୋବାଇଲ । ଯାହା ପରେ ଫୋନକୁ ନିଜ ଅକ୍ତିଆରକୁ ନେଉଛନ୍ତି ସାଇବର ଠକ । କିଛି ଏମିତି ଷ୍ଟାଇଲରେ ସାଇବର ଠକଙ୍କ ଜାଲରେ ପଡି ବଡ ଠକେଇରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭୁବନେଶ୍ୱରର ଯୁବକ ।

ନଜର ପକାନ୍ତୁ ଏହି ମେସେଜ ଉପରେ । କେମିତି ଠକ ଲୁଟ ପାଇଁ ନୂଆ ଚାଲ ବୁଣିଛି । ସରକାରୀ ସୂଚନା ଭଳି ଏହି ଆସିଛି ଭୁବନେଶ୍ୱରର ସୁଧାଂଶୁଙ୍କୁ ପାଖକୁ । ମେସେଜରେ ଲେଖାଯାଇଛି ଛାତ୍ରଛାତ୍ରୀଙ୍କୁ ସରକାର ମାଗଣାରେ ଲାପଟପ ଦେବେ । ଆଉ ଲାପଟପ ପାଇବାକୁ ହେଲେ ଚଗ ଲାପଟପ ଆପରେ କରିବାକୁ ହେବ ରେଜିଷ୍ଟ୍ରେସନ । ତଳେ ବି ଦିଆଯାଇଛି ଆପର ଲିଙ୍କ… ସୁଧାଂଶୁ ମେସେଜ ପାଇବା ପରେ ଏହି ଲିଙ୍କକୁ କ୍ଲିକ କରିଥିଲେ । ଆଉ ତାପରେ ଆସିଲା ଏଭଳି ପେଜ । ଯେଉଠି ଲେଖା ହୋଇଥିଲା । ଡାଉନଲୋଡ ନାଓ ଏପିକେ ଯେଉଁଥିରେ କ୍ଲିକ କରିଥିଲେ ସୁଧାଂଶୁ । କିନ୍ତୁ କ୍ଲିକ କରିବାର କେଇ ସେକେଣ୍ଡ ପରେ ହ୍ୟାଙ୍ଗ ହୋଇଗଲା ମୋବାଇଲ । ଅଚଳ ହୋଇଗଲା ଫୋନ ।

ନୂଆ ତରିକାରେ ସାଇବର ଠକ ଜାଲ ବିଛାଉଥିବା ବେଳେ କେମିତି ଏଥିରୁ ବର୍ତ୍ତିବେ ତାର ବାଟ ବତାଇଛନ୍ତି ସାଇବର ଏକ୍ସପର୍ଟ । ତେବେ ଠକ ପଠାଇଥିବା ଡାଉନଲୋଡ ନାଓ ଏପିକେ ରେ କ୍ଲିକ କରିବା ମାତ୍ରେ ମୋବାଇଲ ହ୍ୟାଙ୍ଗ ହୋଇଯାଏ । ଆଉ ସାଇବର ଠକ ସଙ୍ଗେ ସଙ୍ଗେ ମୋବାଇଲକୁ ଅପରେଟ କରି ମୋବାଇଲରେ ଥିବା ସବୁ ତଥ୍ୟ ହାସଲ କରିଦିଅନ୍ତି । ପରେ ବ୍ୟାଙ୍କର ସବୁ ତଥ୍ୟ ହାତେଇ, ଆକାଉଣ୍ଟରୁ ଟଙ୍କା ଲୁଟି ନିଅନ୍ତି ।

ସାଇବର ଅପରାଧକୁ ରୋକିବା ପାଇଁ ସାଇବର ସେଲ ବହୁ ପଦକ୍ଷେପ ନେଉଥିଲେ ହେଁ ଠକ କିନ୍ତୁ ଦିନକୁ ଦିନ ଭିନ୍ନ ଭିନ୍ନ ବାଟ ବାହାର କରୁଛନ୍ତି । ସାଇବର ସେଲ ଡାଳେ ଡାଳେ ଗଲେ, ଠକ ପତ୍ରେ ପତ୍ରେ ଯିବା ଭଳି ସବୁ ଘଟଣା ସାମ୍ନାକୁ ଆସୁଛି । ତେବେ ସାଇବର ଠକେଇରୁ ବର୍ତ୍ତିବାକୁ ହେଲେ ସର୍ବଦା ସଜାଗ ରହିବାକୁ ଏକ୍ସପର୍ଟ ଟିପ୍ସ ଦେଇଛନ୍ତି