କରୋନା ବିଗାଡି ଦେଲା ସ୍ୱପ୍ନ : ରାଜଧାନୀରେ ଫଳ ବିକୁଛନ୍ତି ଆଲବମ ଅଭିନେତ୍ରୀ ରିଙ୍କି, ଶହେରୁ ଅଧିକ ଆଲବମରେ କରିସାରିଛନ୍ତି ଅଭିନୟ; ଏବେ ଜୀବକା ପାଇଁ କରୁଛନ୍ତି ସଂଘର୍ଷ

1,154

କନକ ବ୍ୟୁରୋ : ପରଦା ଉପରେ ଚକଚକ ଦିଶୁଥିବା କିଛି ମୁହଁ ପଛରେ ବି ଲୁଚିଥାଏ ପୁଳାପୁଳା ଦୁଃଖ । ଯାତ୍ରା ମଞ୍ଚରେ ରଙ୍ଗବୋଳା ମୁହଁରୁ ଉତୁରୁଥିବା ରୋମାଣ୍ଟିକ୍ ସଂଳାପ ଭିତରେ ବି ଛୁପିଥାଏ ଅସରା ଅସରା କୋହ । ଅବଶ୍ୟ ଚିକିମିକି ଆଲୁଅର ଭିଡ ଭିତରେ ତାହା ଅସ୍ପଷ୍ଟ ହୋଇଯାଏ । ମାତ୍ର ସମୟର କରାଳ ଗତି ବେଳେବେଳେ ତା ଅଣ୍ଟା ଭାଙ୍ଗିଦିଏ । ମଞ୍ଚରେ ହଜାର ହଜାର ଦର୍ଶକଙ୍କ ମନ ମୋହୁଥିବା ଅଭିନେତ୍ରୀଟିଏ ଯେ ଶେଷରେ ନିଜ ପରିବାର ପାଇଁ ରାସ୍ତା କଡରେ ଫଳ ଦୋକାନ ଦେଇପାରେ ତାର ନିଚ୍ଛକ ଉଦାହରଣ ହେଉଛନ୍ତି ଅଭିନେତ୍ରୀ ପ୍ରତିଭା ମହାରଣା ।
ତାଲାବନ୍ଦ ଯୋଗୁଁ ଆର୍ଥିକ ସ୍ଥିତି ବିଗିଡିବା ପରେ ଫଳ ଦୋକାନ କରି ପେଟ ପୋଷୁଛନ୍ତି ଆଲବମ ହିରୋଇନ୍ ତଥା ଯାତ୍ରା ଅଭିନେତ୍ରୀ ରିଙ୍କି । ଶହେରୁ ଉର୍ଦ୍ଧ ଆଲବମ୍ ଓ ବଡ ବଡ ଯାତ୍ରା ପାର୍ଟିରେ କାମ କରିଥିବା ଅଭିନେତ୍ରୀ ରିଙ୍କି ବର୍ତମାନ ଫଳ ବେପାର କରୁଛନ୍ତି । ତାଲାବନ୍ଦ ପାଇଁ ଯାତ୍ରା ବନ୍ଦ୍, ଆଲବମ୍ ସୁଟିଂ ବନ୍ଦ୍ ହୋଇଯିବାରୁ ନିଜର ଗୁଜୁରାଣ ମେଂଟାଇବା ପାଇଁ ଆଉ କିଛି ବାଟ ନପାଇ ରାଜଧାନୀରେ ଫଳ ବିକୁଛନ୍ତି ଅଭିନେତ୍ରୀ ।
୧୦ବର୍ଷ ତଳେ ଯେବେ ଆଲବମ୍ ଦେଖିବାକୁ ଓଡିଆ ଦର୍ଶକ ପାଗଳ ପ୍ରାୟ ହେଉଥିଲେ ସେତେବେଳେ ‘ତୋ’ର ଚକଲେଟ ଖିଆ ବୟସ ଯାଇନି ପ୍ରେମ କୋଉଠୁ ଶିଖିଲୁ…ଭଳି ହିଟ୍ ଆଲବମରେ ସୁମନଙ୍କ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ସେ ଅଭିନେତା ସବ୍ୟସାଚୀ ସମେତ କିଛି ବଡ କଳାକାରଙ୍କ ନାୟିକା ଭାବେ ଆଲବମରେ ଅଭିନୟ କଲେ । ମାତ୍ର ଛୋଟ ପରଦାରେ ତିଷ୍ଠି ପାରିଲେ ନାହିଁ । ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଘର ଏରୁଣ୍ଡି ଡେଇଁବାକୁ ବାଧ୍ୟ ହେଲେ ।

Comments are closed.