ଆଲବମ କୁଇନ୍ ଦୀପା ସାହୁଙ୍କ ଦେହାନ୍ତ । କ୍ୟାନସରରେ ପୀଡିତ ଥିଲେ ଦୀପା, ଦୀର୍ଘଦିନ ଧରି  ହେଉଥିଲେ ଚିକିତ୍ସିତ ।

ଆଲବମ କୁଇନ୍ ଦୀପା ସାହୁଙ୍କ ଦେହାନ୍ତ । କ୍ୟାନସରରେ ପୀଡିତ ଥିଲେ ଦୀପା, ଦୀର୍ଘଦିନ ଧରି  ହେଉଥିଲେ ଚିକିତ୍ସିତ ।

କନକ ବ୍ୟୁରୋ : ଆଖି ବୁଜିଲେ ଆଲବମ କୁଇନ ଦୀପା ସାହୁ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦୀପା ସାହୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କ୍ୟାନସରରେ ପୀଡିତ ଥିବା ଦୀପା ଦୀର୍ଘଦିନ ହେବ ଚିକିତ୍ସାଧୀନ ଥିଲେ । ଆଉ ଆଜି ତାଙ୍କର ଦେହାନ୍ତ ହୋଇଛି । ଦୀପାଙ୍କ ପରଲୋକରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ଅନେକ ଗୁଡିଏ ହିଟ୍ ଆଲବମରେ ଅଭିନୟ କରିଥିଲେ ଦୀପା । ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା, ତୋର ଲମ୍ବା ବେଣୀ, କୃଷ୍ଣ ଚୂଡା ରଙ୍ଗର ନାଲି, ମିଛେଇ ଝିଅ, ଏକଡା ଏକଡା, ଟଣା ଟଣା ଆଖି, ଦବୁ ଯେ ଗୌରୀ ଦିଲ୍ ଦେଇଯା, ମୁଇଁ ଗୋବିନ୍ଦାର ଡୁପ୍ଲିକେଟ, ମୁଁ ଝିଅଟେ ମେଡ ଇନ୍ ଓଡ଼ିଶା, ଏ ମୋର ସହରୀ ବାବୁ, ଫୁଲରେ ସହରେ ଘରଟେ ତୋଳିବି ଭଳି ହିଟ୍ ଆଲବମରେ ଅଭିନୟ କରି ମନ ଜିଣିଥିଲେ ଦୀପା । ଏପରିକି କିଛି ଓଡିଆ ଫିଲ୍ମ ଓ ସିରିୟଲରେ ମଧ୍ୟ କାମ କରିଛନ୍ତି ଦୀପା ।ଗତ କିଛି ଦିନ ପୂର୍ବରୁ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କୁ ହରାଇ ପୂରା ଓଲିଉଡ ଶୋକର ଛାୟାରେ ବୁଡି ଯାଇଥିବା ବେଳେ ଏବେ ଆଲବମ କୁଇନ ଦୀପା ସାହୁଙ୍କ ଦେହାନ୍ତ ପୂରା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe