ଆଲାକ୍ସା ଏୟାରଲାଇନ୍ସ ବୋଇଂ ବିମାନରେ ଅଘଟଣ । ଉଡାଣର କିଛି ସମୟ ପରେ ଉଡିଗଲା ବିମାନ ଝରକା

374

କନକ ବ୍ୟୁରୋ : ପଶ୍ଚିମ ଆମେରିକାର ପୋର୍ଟଲାଣ୍ଡର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ଶୁକ୍ରବାର ସନ୍ଧ୍ୟାରେ ଆଲସକା ଏୟାରଲାଇନ୍ସ ବିମାନ ବୋଇଙ୍ଗ୍ ୭୩୭ ମାକ୍ସ-୯ ଉଡାଣ ଭରିଥିଲା । ଏହି ବିମାନଟି ଆମେରିକାର କାର୍ଲିଫର୍ଣ୍ଣିଆର ଓଂଟାରିଓ ଯିବାର ଥିଲା । କିନ୍ତୁ ବିମାନ ଉଡାଣ ଭରିବାର ଗୋଟିଏ ମିନିଟ୍ ପରେ ଏକ ୱିଣ୍ଡୋର କାଚ ଭାଙ୍ଗିଯାଇଥିଲା । ଯାତ୍ରୀମାନେ ବିମାନର ଏକ ଝରକା ଭାଙ୍ଗିଯାଇଥିବା ଜାଣିବା ବେଳରୁ ବିମାନଟି ସ୍ଥଳପୃଷ୍ଟରୁ ୧୬ ହଜାର ୩୨୫ ଫୁଟ ଉଚ୍ଚତାରେ ଥିଲା । ବିମାନରେ ୧୭୧ ଜଣ ଯାତ୍ରୀ ଏବଂ ୬ ଜଣ କ୍ରିୟୁ ସଦସ୍ୟ ଥିଲେ । ସଙ୍ଗେ ସଙ୍ଗେ ପାଇଲଟ ବିମାନକୁ ପୋର୍ଟଲାଣ୍ଡର ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ଅନୁମତି ମାଗିଥିଲେ ।

ବିମାନର ଜଣେ ଯାତ୍ରୀ ପ୍ରଥମେ ଏହି ଘଟଣାର ଭିଡିଓ ସୋଶିଆଲ ମିଡିଆରେ ସେୟାର କରିବା ପରେ ଘଟଣା ସାମ୍ନାକୁ ଆସିଥିଲା । ବିମାନ ଭିତରେ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । କିପରି ଏଭଳି ଅଘଟଣ ଘଟିଲା ତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଆଲସକା ଏୟାରଲାଇନ୍ସ । ସେପଟେ ଏହି ଘଟଣା ପରେ ୬୫ ଟି ବୋଇଙ୍ଗ୍ ୭୩୭ ମାକ୍ସ-୯ ବିମାନକୁ ଜରୁରୀ ଅବତରଣ କରାଯାଇଛି । ଏଥିସହ ଏସବୁ ବିମାନର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।