କନକ ବ୍ୟୁରୋ : ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସରକାର ଅନେକଙ୍କ ଯୋଜନା । ଦୂରରୂ ଗରିବ ରୋଗୀମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ରହିଥିଲେ ବି ଲୁଟ୍ ଠକେଇର ଶିକାର ହେଉଛନ୍ତି । ଏହି ଘଟଣା ଖୋଦ ଅନୁଗୁଳ ମୁଖ୍ୟ ଚିକତ୍ସାଳୟରେ ଦେଖିବାକୁ ମିଳିଛି । ଉତ୍ତମ ଓ ମାଗଣା ସ୍ବାସ୍ଥ୍ୟ ସେବା ପାଇବା ପାଇଁ ଜିଲ୍ଲା ଓ ବାହାର ଜିଲ୍ଲାରୁ ରୋଗୀ ମାନେଆସୁଛନ୍ତି । ହେଲେ ଦଲାଲ ହାବୁଡରେ ପଡୁଛନ୍ତି ଏହି ରୋଗୀ ମାନେ । ଉତମ ଚିକିତ୍ସା ଓ ରକ୍ତ ଯୋଗଇବା ନାଁରେ ରୋଗୀଙ୍କ ଠାରୁ ରୀତିମତ ଭାବେ ହରିଲୁଟ୍ ଚାଲିଛି । ଅନେକ ରୋଗୀ ଗରିବ ଶ୍ରେଣୀର ହୋଇଥିବା ବେଳେ ତାର ଫାଇଦା ଉଠାଉଛନ୍ତି ଦଲାଲ । ଆଉ ଠକାମୀରେ ପଡି ହନ୍ତ ସନ୍ତ ହେଉଛନ୍ତି ଦୂରରୁ ଆସୁଥିବା ରୋଗୀ ।

Advertisment

ପ୍ରତିଦିନ ମୁଖ୍ୟ ଚିକିତ୍ସାଳୟକୁ ଆସୁତିବା ରୋଗୀଙ୍କଠାରୁ ହରିଲୁଟ୍ କରିଚାଲିଛନ୍ତି ଦଲାଲ ମାନେ । ଚିକତ୍ସା ନାଁ କହି ଟଙ୍କା ଲୁଟି ଚମ୍ପଟ ମାରୁଛନ୍ତି । ଖାଲି .ସେତିକି ନୁହେଁ ଟଙ୍କା ନଦେଲେ ଗାଳି ଗୁଲଜ କରିବା ସହ ଧମକ ଚମକ ଦେଉଥିବା ଅଭିଯାଗ ଆଣିଛନ୍ତି ରୋଗୀ ଓ ତାଙ୍କର ସମ୍ପର୍କୀୟ ମାନେ । ଏନେଇ ପ୍ରତିଥର ଅଭିଯୋଗ ହୋଇ ଚାଲିଛି । ହେଲେ ପ୍ରତି ଘଟଣାକୁ ହାଲକା ଭାବରେ ନେବା ସହିତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଳିଛି ପ୍ରତିଶ୍ରୁତି ।

ମେଡିକାଲ ଭିତରେ ଦଲାଲ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ଦୃଢ କାର୍ୟ୍ୟାନୁଷ୍ଠୋନ ଗ୍ରହଣ କରାଯାଇପରିଲେ ରୋଗୀଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରିବ ।