ବିବାଦ ଭିତରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲ୍ପନ ବନ୍ଦୋପାଧ୍ୟାୟ । ମମତା ବାନାର୍ଜୀଙ୍କର ହେଲେ ମୁଖ୍ୟ ପରାମର୍ଶଦାତା ।

1,053

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ଭିତରେ ବିବାଦ ଉପୁଜିବା ପରେ ଆଜି ସେ ତାଙ୍କ ପଦରୁ ଅବସର ନେଇଛନ୍ତି । ଆଜି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସହିତ ଅଲ୍ପନ , ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ବନିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ୟାସର ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସିବା ସହିତ ଅଳ୍ପ କିଛି ସମୟ ଆଲୋଚନା କରି ଫେରିଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ତାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ବିଜ୍ଞପ୍ତି ଜାରି କରିିଥିଲେ । ଏହାକୁ ମମତା ବାନାର୍ଜୀ ବିରୋଧ କରିବା ସହିତ ଅଲ୍ପନଙ୍କୁ ଦିଲ୍ଲୀ ଫେରାଇନନେବାକୁ କହିଥିଲେ ।

ତେବେ ଆଜି ହଠାତ୍ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ନିଜ ପଦରୁ ଅବସର ନେବା ସହିତ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ହୋଇଛନ୍ତି । ତାଙ୍କ ପରେ ହରିକୃଷ୍ଣ ଦ୍ୱିବେଦୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।