କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟଙ୍କୁ ନେଇ କେନ୍ଦ୍ର ଓ ମମତା ସରକାର ଭିତରେ ବିବାଦ ଉପୁଜିବା ପରେ ଆଜି ସେ ତାଙ୍କ ପଦରୁ ଅବସର ନେଇଛନ୍ତି । ଆଜି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ବିଦାୟ ନେବା ସହିତ ଅଲ୍ପନ , ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ବନିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ନେଲେ ଅବସର । ଅବସର ପରେ ହେଲେ ମମତାଙ୍କ ମୁଖ୍ୟ ପରାମର୍ଶଦାତା । ଅଲ୍ପନଙ୍କୁ ନେଇ ମୁହାଁମୁହିଁ ହୋଇଥିଲେ କେନ୍ଦ୍ର ଓ ମମତା ସରକାର । ମୋଦୀଙ୍କ ବୈଠକରେ ବିଳମ୍ବରେ ପହଞ୍ଚିବା ନେଇ ହୋଇଥିବା ବିବାଦ । #WestBengalpic.twitter.com/Gj007wG2fp
— Kanak News (@kanak_news) May 31, 2021
ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ୟାସର ସମୀକ୍ଷା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବରେ ଆସିବା ସହିତ ଅଳ୍ପ କିଛି ସମୟ ଆଲୋଚନା କରି ଫେରିଯାଇଥିଲେ । ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହୋଇଥିଲା । ଏହାପରେ କେନ୍ଦ୍ର ସରକାର ତାଙ୍କୁ ଦିଲ୍ଲୀ ଫେରାଇ ନେବାକୁ ବିଜ୍ଞପ୍ତି ଜାରି କରିିଥିଲେ । ଏହାକୁ ମମତା ବାନାର୍ଜୀ ବିରୋଧ କରିବା ସହିତ ଅଲ୍ପନଙ୍କୁ ଦିଲ୍ଲୀ ଫେରାଇନନେବାକୁ କହିଥିଲେ ।
ତେବେ ଆଜି ହଠାତ୍ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲ୍ପନ ବନ୍ଦୋପାଧ୍ୟାୟ ନିଜ ପଦରୁ ଅବସର ନେବା ସହିତ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ହୋଇଛନ୍ତି । ତାଙ୍କ ପରେ ହରିକୃଷ୍ଣ ଦ୍ୱିବେଦୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/6-20.jpg)