କେନ୍ଦ୍ରର ଡାକରା ସତ୍ୱେ ଦିଲ୍ଲୀ ଯିବେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ : ଦିନ ୧୦ଟା ସୁଧା ଦିଲ୍ଲୀରେ ଯୋଗ ଦେବା ପାଇଁ ଥିଲା ନିର୍ଦ୍ଦେଶ

ମଙ୍ଗଳବାର ମମତାଙ୍କ ସମୀକ୍ଷା ବୈଠକରେ ଯୋଗ ଦେଉଥିବା ନେଇ ପିଟିଆଇ ସୂତ୍ରରୁ ପ୍ରକାଶ

1,155

କନକ ବ୍ୟୁରୋ : କେନ୍ଦ୍ରର ଡାକରା ସତ୍ୱେ ଦିଲ୍ଲୀ ଯାଉନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ଆଜି ଦିନ ୧୦ଟା ସୁଦ୍ଧା ମୁଖ୍ୟ ସଚିବ ଅଳ୍ପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀସ୍ଥିତ ନର୍ଥ ବ୍ଲକରେ ଥିବା କାର୍ମୀକ ଓ ପ୍ରଶିକ୍ଷଣ ବିଭାଗରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଥିଲା । ହେଲେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗ ସରକାର ତାଙ୍କୁ ଏଥିପାଇଁ ଦାୟିତ୍ୱରୁ ଅବ୍ୟାହତି ଦେଇନାହାନ୍ତି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁସାରେ ମଙ୍ଗଳବାର ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ହେବାତୁ ଥିବା ସମୀକ୍ଷା ବୈଠକରେ ଯୋଗ ଦେଉଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ବାତ୍ୟା ୟାସ ସଂପର୍କିତ ସମୀକ୍ଷା ବୈଠକରେ ୩୦ ମିନିଟ ବିଳମ୍ବରେ ଆସିଥିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବଳିମ୍ବରେ ପହଂଚିଥିବେବେଳେ ଶୁକ୍ରବାର ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ହେଲେ ଏହାକୁ ବିରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେଣୁ ମୋଦି-ଦିଦି ଲଢେଇରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମୋହରା କରାଯାଉଥିବାରୁ ଏବେ ଏହା ରୋକର ରାଜନୈତିକ ମୋଡ ନେଇଛି ।