ମତେ ଭରସା କରିଥିବାରୁ ମୁଁ ଋଣି । ବିଜୟୀ ପରେ ପ୍ରତିକ୍ରିୟା ରଖିଲେ ଅଳକା ମହାନ୍ତି

Advertisment
ମତେ ଭରସା କରିଥିବାରୁ ମୁଁ ଋଣି । ବିଜୟୀ ପରେ ପ୍ରତିକ୍ରିୟା ରଖିଲେ ଅଳକା ମହାନ୍ତି

କନକ ବ୍ୟୁରୋ : ବ୍ରଜରାଜନଗର ଉପନିର୍ବାଚନରେ ବାଜିମାତ କରିବା ପରେ ପ୍ରତିକ୍ରିୟା ରଖିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ସେ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୋ ଉପରେ ଭରସା କରିଥିବାରୁ ସମସ୍ତଙ୍କଠାରେ ମୁଁ ଋଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞ । ମତେ ଜମନସାଧାରଣ ଭରସା କରି ବିଜୟୀ କରିଥିବାରୁ ମୁଁ ସମସ୍ତଙ୍କ ଆଶା ପୂରଣ କରିବାକୁ ଚେଷ୍ଟା କରିବି ।

ତେବେ ଏଠାରେ କହିରଖୁଛୁ କି, ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ । କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡା ରହିଛନ୍ତି । ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe