ଲକ୍ଷ୍ନୌରୁ ୨ ଆତଙ୍କବାଦୀ ଗିରଫ ହେବା ଘଟଣା । ପୋଲିସ ଅଧିକାରୀ କହିଲେ ଆତ୍ମଘାତୀ ବିସ୍ଫୋରଣ ପାଇଁ କରିଥିଲେ ଯୋଜନା ।

234

କନକ ବ୍ୟୁରୋ : ଆଜି ଏଟିଏସ ପକ୍ଷରୁ ଚଢାଉ କରାଯାଇ ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ନିକଟରେ ଥିବା ଏକ ବିଲ୍ଡିଂରୁ ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ୍ କରିବା ସହ ବିପୁଳ ପରିମାଣର ଆତ୍ମଘାତୀ ସାମଗ୍ରୀ ଜବତ କରିଛି । ଏହାପରେ ସନ୍ଦିଗ୍ଧ ୨ଜଣଙ୍କୁ ପଚରା ଉଚରା କରିବା ପରେ ପୋଲିସ କହିଛି କି ଏହି ସନ୍ଦିଗ୍ଧ ୨ ଜଣଙ୍କର ଆତଙ୍କବାଦୀ ସଂଗଠନ ଅଲ କାଏଦା ସହ ସଂପର୍କ ରହିଛି । ଏମାନେ ଦେଶର ବିଭିନ୍ନ ସହରରେ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଯୋଜନା କରିଥିଲେ । ଗିରଫ ହୋଇଥିବା ୨ ଜଣ ହେଉଛନ୍ତି ଲକ୍ଷ୍ନୌ ସହରରେ ରହୁଥିବା ମୀନାଜ ଅହମ୍ମଦ ଓ ନସୀରୁଦ୍ଦିନ ।

ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର କହିଛନ୍ତି କି ଏଟିଏସ ୟୁପିର ଏକ ବଡ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାସ୍ କରିଛି । ଗିରଫ୍ ହୋଇଥିବା ୨ଜଣ ଅଲକାଏଦାର ଅଂସାର ଗକ୍ସବା-ଓଲ ହିନ୍ଦ ସଂଗଠନ ସହିତ ଜଡିତ । ଏହାସହ ସେମାନେ ରହିଥିବା ଘରୁ ଅସ୍ତ୍ର ଶସ୍ତ୍ର ସହ ପ୍ରେସର କୁକର ବୋମା ଓ ବିସ୍ପୋଟକ ସାମଗ୍ରୀ ଜବତ କରାଯାଇଛି । ଅନ୍ୟପଟେ ଗିରଫ ଆତଙ୍କବାଦୀ ମାନଙ୍କୁ ରିମାଣ୍ଡରେ ନିଆଯାଇଛି ।

କହିରଖୁ କି ୟୁପି ଏଟିଏସକୁ ସୂଚନା ମିଳିଥିଲା କି କାକୋରୀ ସ୍ଥିତ ଏକ ଘରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଏହାପରେ ଏଟିଏସ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେଶନରେ ସ୍ଥାନୀୟ ପୋଲିସ ସହ ବୋମା ନିଷ୍କ୍ରୀୟକାରୀ ଦଳ ବି ସହାୟତା କରିଥିଲେ ।