କନକ ବ୍ୟୁରୋ : ଏ ଯୁଦ୍ଧ କାହା ପାଇଁ ? ରାଷ୍ଟ୍ରର ଭୌଗଳିକ ସୀମା ବୃଦ୍ଧି ପାଇଁ , ଧର୍ମକୁ ଅଗ୍ରାଧିକାର ଦେବା ପାଇଁ ନା ଅସ୍ତ୍ର ବ୍ୟବସାୟୀଙ୍କ ଲାଭ ପାଇଁ । ଏକଥା ଆମେ ଏଇଥି ପାଇଁ କହୁଛୁ ଯେ ଯଦି ଏ ସଂଘର୍ଷ ମଣିଷର ବିକାଶ ପାଇଁ, ମଣିଷର ଭଲ ପାଇଁ ତେବେ ସେହି ମଣିଷମାନଙ୍କୁ ହତ୍ୟା କରି କଣ ପ୍ରମାଣ କରିବାକୁ ଚାହୁଁଛନ୍ତି ଏହି ଶାସକ ଗୋଷ୍ଠୀ । ପ୍ରତିଶୋଧ ପରାୟଣ ଋଷ ହେଉ କି ଇସ୍ରାଏଲ । ଏ ଯୁଦ୍ଧ କେବଳ ଦେଖୁଛି କୁଢ କୁଢ ସାଧାରଣ ମଣିଷର ଶବ ଉପରେ ଧ୍ୱଂଶର ଲୀଳା । ଦେଶର ଭବିଷ୍ୟତ ବୋଲି ଆମେ ଯାହାକୁ କହୁଛୁ ସେମାନଙ୍କର ଆକୁଳ ଚିକ୍ରାର କ’ଣ ଦେଖାଯାଉନାହିଁ ସେହିମାନଙ୍କୁ ଯେଉଁମାନେ ସାଧାରଣ ଜନତାଙ୍କ ଭାଗ୍ୟ ବିଧାତା ବୋଲି ମଞ୍ଚ ଉପରେ ଡେଙ୍ଗୁରା ପିଟୁଛନ୍ତି ।
ଇସ୍ରାଏଲ ସେନାର ଗାଜା ଆକ୍ରମଣ ଫଳରେ ହମାସ ଚରମପନ୍ଥୀ ସଂଗଠନର କେତେ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ତାହା କାହାକୁ ଜଣାନାହିଁ । ହେଲେ ପ୍ରତିଶୋଧ ପରାୟଣ ଇସ୍ରାଏଲର ଆକ୍ରମଣ ହେଉ କି ହମାସ ଚରମପନ୍ଥୀ ସଂଗଠନର ଗାଜା ଆକ୍ରମଣ ହେଉ ତାହାର ଭୟଙ୍କର ପରିଣତିରୁ ବାଦ ପଡୁନାହାଁନ୍ତି ରିପୋର୍ଟର ମାନେ ।
ସଦ୍ୟ ସୂଚନା ମୁତାବକ ଲୋକପ୍ରିୟ ଗଣମାଧ୍ୟମ ଅଲ୍ ଜଜୀରାର ପତ୍ରକାର ବାଏଲ ଓଲ ଦହଦୋହଙ୍କ ପୁରା ପରିବାର ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ଗାଜା ଉପରେ ଇସ୍ରାଏଲ ତରଫରୁ କରାଯାଇଥିବା ବିମାନ ଆକ୍ରମଣ ଫଳରେ ଏହି ସାମ୍ବାଦିକଙ୍କ ପତ୍ନୀ, ଦୁଇ ପୁଅ ଓ ଝିଅ ସମେତ ୪ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି । ସାମ୍ବାଦିକ ଜଣଙ୍କ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ଇସ୍ରାଏଲ ସେନା ମହିଳା ଓ ଶିଶୁମାନଙ୍କୁ ସର୍ବାଧିକ ନିର୍ଯାତନା ଦେଉଛି ।
“This is the ‘safe’ area that the occupation army spoke of.”
Al Jazeera's Wael Dahdouh lost his wife, son and daughter in an Israeli air raid in the southern Gaza Strip, where Israel told Palestinians to forcibly evacuate for their safety https://t.co/kaf1moxPRapic.twitter.com/U12h7kWoFq
— Al Jazeera English (@AJEnglish) October 25, 2023
ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ ଇସ୍ରାଏଲ ସେନା ବହୁ ସଂଖ୍ୟାର ଲୋକଙ୍କ ଘର ଉପରେ ବୋମାବର୍ଷା କରୁଛି । ଯଦିଓ ଏହା ଇସ୍ରାଏଲ ଦଖଲର ପରମ୍ପରା । କିନ୍ତୁ ଶେଷରେ ଆମେ ଏହି ସ୍ଥାନରେ ରହିଛୁ । ଏହା ହେଉଛି ଆମର ଭାଗ୍ୟ, ଆମର ପସନ୍ଦ ଏବଂ ଧର୍ଯ୍ୟ ଏବଂ ଆମେ ଏହି ରାସ୍ତାରୁ ବିଚ୍ୟୁତ ହେବୁନାହିଁ । ଇସ୍ରାଏଲ- ଗାଜା ଯୁଦ୍ଧ ସଂଘର୍ଷକୁ କଭର କରୁଥିବା ୫୩ ବର୍ଷିୟ ଦହଦାଓ ଜଣେ ଜଣାଶୁଣା ଅଲ୍ ଜଜୀରା ସାମ୍ବାଦିକ । ପିଲା ଓ ପତ୍ନୀଙ୍କ ମୃତ୍ୟୁ ଖବର ପାଇବା ପରେ ସେ ଗାଜାରେ ଯୁଦ୍ଧର ସିଧା ପ୍ରସାରଣ କରୁଥିଲେ । ପତ୍ନୀ ଓ ପିଲାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ସେ ସମ୍ପୂର୍ଣ୍ଣ ସ୍ତବ୍ଧ ହୋଇଯାଇଥିଲେ ।