ଆଜି ପବିତ୍ର ଅକ୍ଷୟ ତୃତୀୟା, ଚାଷୀର ଅଖିମୁଠି ଅନୁକୂଳ : ସେପଟେ କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ ଅୁନୁକୂଳ

446

କନକ ବ୍ୟୁରୋ : ଆଜି ପବିତ୍ର ଅକ୍ଷୟ ତୃତୀୟ । ଚାଷୀ ଆଜି ଚାଷ ଅନୁକୂଳ କରିଥାଏ । ବର୍ତମାନ ତାଲାବନ୍ଦ ପାଇଁ ଚାଷୀ କୂଳ ଅନେକ ଅସୁବିଧା ଭିତରେ ଗତି କରୁଥିବାବେଳେ ପରମ୍ପରା ଅନୁସାରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଅଖି ମୁଠି ଅନୂକୁଳ । ସକାଳୁ ସକାଳୁ ଗାଧୋଇ ନବବସ୍ତ୍ର ପରିଧାନ କରି ଧାନ ନେଇ ଚାଷ ଜମିକୁ ଯାଇ ଧରିତ୍ରୀ ମାତାଙ୍କୁ ପୁଜା କରି ଚାଷ ଅନୁକୁଳ କରିଛନ୍ତିି ଚାଷିକୁଳ । ଧୁପ ଦୀପ ଦେଇ ଜମିରେ ଧାନ ବୁଣି ଚାଷି ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ହେବା ପରମ୍ପରା ରହିଛି । ତେବେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଏହି ନୀତି । ପୂଜାପାଠ କରାଯାଇ ଅନୁକୂଳ ହେବ ରଥଯାତ୍ରା ନୀତି । ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବାକୁ ନିଷ୍ପତି ହୋଇଛି ।