ବିଶ୍ୱାସ ଆଗରେ ଫିକା ପଡ଼ିଲା ସୁନାର ଦାମ

79

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅକ୍ଷୟ ତୃତୀୟା, ଧର୍ମୀୟ ଭାବନା ଓ ବିଶ୍ୱାସ ଅନୁସାରେ ବେଶ ପବିତ୍ର । ଆଉ ଏହି ଶୁଭ ଦିନରେ ସୁନା କିଣିଲେ ଗୃହକୁ ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଏଭଳି ଏକ ପବିତ୍ର ମୂହୁର୍ତକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି ରାଜଧାନୀ ବାସିନ୍ଦା ।ଅକ୍ଷୟ ତୃତୀୟା ସୁନା କିଣିବାର ପରମ୍ପରା ଓ ଗୃହକୁ ଲକ୍ଷ୍ମୀ ପ୍ରବେଶର ବିଶ୍ୱାସ ଥିବାରୁ ଚାହିଦା ବି ବଢ଼ିଛି । ଆଉ ଗ୍ରାହକଙ୍କ ଚାହିଦାକୁ ଦେଖି ବ୍ୟବସାୟୀ ମାନେ ସ୍ପେଶାଲ ଅଫରର ବ୍ୟବସ୍ଥା ବି କରିଛନ୍ତି ।

ଗତବର୍ଷ ତୁଳନାରେ ସୁନା ଓ ରୂପାର ଦାମ ବି ବଢ଼ିଛି । ୧୦ ଗ୍ରାମ୍ ସୁନା ପିଛା ୪ ହାଜରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି । ଦୀର୍ଘ ଦୁଇବର୍ଷ ମଧ୍ୟରେ ସବୁଠୁ ଅଧିକ ଦରରେ ବ୍ରିକ୍ରି ହେଉଛି ସୁନା ଓ ରୂପା । ହେଲେ ବିଶ୍ୱାସ ଆଗରେ ଯେମିତି ଫିକା ପଡ଼ିଛି ସୁନାର ଦାମ । ଦାମକୁ ଖାତିର ନକରି ଶୁଭ ମନାସୀ ବେଶ ଆଦରରେ ସୁନା କିଣିଛନ୍ତି ।

ଅକ୍ଷୟ ତୃତୀୟାରେ କୃଷି କାର୍ଯ୍ୟ ଆରମ୍ଭ କରିନ୍ତି କୃଷକ । ଆଉ ଏହି ଦିନ ହିଁ କାଳିଆଠାକୁରଙ୍କ ଘୋଷ ଯାତ୍ରା ପାଇଁ ଅନୁକୂଳ ରଥ କାମ । ସେଇଥି ପାଇଁ ତ ଏହି ଶୁଭ ମୂହୁର୍ତକୁ ହାତଛଡ଼ା କରିନାହାନ୍ତିଁ ଗ୍ରାହକ ।