ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ମେ ୩ ଯାଏଁ ବାହାର ପର୍ବ ବନ୍ଦ ଥିବାରୁ ଧାର୍ମିକ ବ୍ୟବସ୍ଥାରେ ଅଣାଯିବ ପରିବର୍ତ୍ତନ । ମେଘନାଦ ପାଚେରୀ ଭିତରେ ହେବ ସମସ୍ତ ଦେବନୀତି

468

କନକ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ଲକଡାଉନ ସମୟରେ ସରକାରଙ୍କ ନିୟମ ପାଳନ କରି ମନ୍ଦିର ବାହାରେ କୌଣସି ଯାତ୍ରା ହୋଇ ପାରିବ ନାହିଁ । ତେଣୁ ସରକାରଙ୍କ ନିୟନମ ପାଳନ କରି କେମିତି ମହାପ୍ରଭୁଙ୍କ ଦେବନୀତି ହୋଇ ପାରିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମ ଆଗରେ କହିଛନ୍ତି ଗଜପତି ମହାରାଜ । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ବିଧି ପାଳନ ହେଉ, ସରକାରଙ୍କ ନିୟମ ବି ପାଳନ ହେଉ । ତେଣୁ ଶ୍ରୀମନ୍ଦିର ବାହାରେ ନୁହେଁ ବରଂ ମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ବିଧି ପାଳନ ପରେ ଶ୍ରୀମନ୍ଦିର ଭିତରେ ହେବ ରଥ ନିର୍ମାଣ କାର୍ଯ୍ୟ ।

ମେଘନାଦ ପାଚେରୀ ଭିତରେ ଅକ୍ଷୟ ତୃତୀୟା ନୀତି ହେବ । ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ମନ୍ଦିର ଭିତରେ ଦେବନୀତି ପାଳନ ହେବ । କଟକଣା ମଧ୍ୟରେ ଶ୍ରୀମନ୍ଦିରର ପରମ୍ପରା ବିଧି ବଜାୟ ରଖିବା ଉଦ୍ଦେଶ୍ୟ, ୩ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ପର୍ବ ସମ୍ପୂର୍ଣ୍ଣ ନିଷେଦ୍ଧ । ପବିତ୍ର ଅକ୍ଷୟ ତୃତୀୟା ପାଳନ ବିଧିମୁତାବ କରାଯିବ ବୋଲି ଶଙ୍କରାଚାର୍ଯ୍ୟ ନିର୍ଦ୍ଦେଶ ଦେଇଥିବା ଗଜପତି ମହାରାଜ କହିଛନ୍ତି ।

ତେବେ ଜଗତ ଗୁରୁଜୀଙ୍କ ପରାମର୍ଶ ବିଧି ବନ୍ଦ କରନ୍ତୁ ନାହିଁ ପରମ୍ପରା ପାଳିତ ହେଉ । ତେଣୁ ଅକ୍ଷୟ ତୃତୀୟା ଭଳି ଚନ୍ଦନଯାତ୍ରା ବି ଶ୍ରୀମନ୍ଦିର ଭିତରେ ହେବ । ବିଶ୍ୱାସ ଆଶା ରଖିବା ୩ ତାରିଖ ପରେ ସରକାରଙ୍କ ଲକଡାଉନରେ ରଥଯାତ୍ରା ପାଇଁ ବାଟ ଖୋଲିବ । ରଥଯାତ୍ରା ବନ୍ଦ ହେବା ସଂକେତ ଏକ ଭ୍ରମ ଏଭଳି ବିଶ୍ୱାସ ଏବେଠୁ କରିବା ଆଦୌ ଠିକ୍ ନୁହେଁ । ମହାମାରୀ କରୋନା ସ୍ଥିତି ଭିତରେ ରଥଯାତ୍ରା କିଭଳି ହେବ ବ୍ୟବସ୍ଥା କରନ୍ତୁ ସରକାର ବୋଲି ଆମେ ନିବେଦନ କରୁଛୁ ବୋଲି ଗଜପତି କହିଛନ୍ତି ।