ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ । ଅଖିମୁଠି ଅନୁକୂଳ କଲେ ଚାଷୀ ଭାଇ । ସମୃଦ୍ଧି ପାଇଁ ସୁନା କିଣିଲା ସାରା ଓଡିଶା ।

Advertisment
ଅକ୍ଷୟ ତୃତୀୟାରେ ଅନୁକୂଳ ହେଲା ରଥ ନିର୍ମାଣ । ଅଖିମୁଠି ଅନୁକୂଳ କଲେ ଚାଷୀ ଭାଇ । ସମୃଦ୍ଧି ପାଇଁ ସୁନା କିଣିଲା ସାରା ଓଡିଶା ।

କନକ ବ୍ୟୁରୋ: ଦୁଇ ବର୍ଷ ବିନା ଭକ୍ତରେ ରଥଯାତ୍ରା ହୋଇଥିବା ବେଳେ ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାର ଆଶା ବଢ଼ିଛି । ଏହାକୁ ନେଇ ଉଭୟ ଭକ୍ତ ଓ ସେବାୟତ ଉତ୍ସାହିତ । ଏସବୁ ଭିତରେ ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥଖଳାରେ ପହଞ୍ଚିବା ପରେ ଅନୂକୂଳ ହୋଇଥିଲା । ବନଜାଗ ବିଧିରେ ପୂଜା କାର୍ଯ୍ୟ ସହ ସୁନା କୁରାଢିରେ ରଥ କାଠ ଛେଦନ ପରେ ରଥ ନିର୍ମାଣ ଆରମ୍ଭ ହୋଇଛି । ଅକ୍ଷୟ ତୃତୀୟରେ ମହାପ୍ରଭୁଙ୍କ ନାବକେଳି ପାଇଁ ନରେନ୍ଦ୍ର ପୁଷ୍କରଣୀ ସଜେଇ ହୋଇଛି ।

ସୁନା କିଣିଲା ଓଡ଼ିଶା । ଗହଣା ଦୋକାନରେ ଜମିଲା ଭିଡ଼ । ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ବିଶ୍ୱାସ ରହିଛି । ଏହି ସମୟରେ ବିଭିନ୍ନ ଅଫର ସହ ଡିସକାଉଣ୍ଟ ବି ମିଳେ । ତେଣୁ ଗହଣା ଦୋକାନରେ ଭିଡ଼ ଜମିଥିଲା । ଗ୍ରାହକମାନେ ସୁନା ସହ ହୀରାର ଅଳଙ୍କାର ମଧ୍ୟ କିଣୁଥିବା ଦେଖିବାକୁ ମିଳିଛି

ଅଖିମୁଠି ଅନୁକୂଳ କଲେ ଚାଷୀ । ଆରମ୍ଭ ହେଲା ବର୍ଷର ଚାଷ କାମ । ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରି ବର୍ଷର ଚାଷ କାମ ଆରମ୍ଭ କରିଛନ୍ତି ଚାଷୀ । ସେପଟେ ରାଜନେତା ମଧ୍ୟ ଏହି ପର୍ବ ପାଳନ କରିଛନ୍ତି । କୃଷିମନ୍ତ୍ରୀ ଅରୁଣ ସାହୁ, ଜମିରେ ଅକ୍ଷୀମୁଠି ବୁଣି ଚାଷ କାମର ଅନୁକୁଳ କରିଛନ୍ତି । ସେହିପରି ବିଧାୟକ ସୁର ରାଉତରାୟ ମଧ୍ୟ ନିଜ ଶୈଳୀରେ ଅଖିମୁଠି ଅନୁକୂଳ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe