ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ଚାଷୀ: ସେପଟେ କରୋନା କଟକଣା ପାଇଁ ଚାହାଣୀ ମଣ୍ଡପରେ ହେବ ରଥନିର୍ମାଣ ଅନୁକୂଳ; ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ

ସଂକ୍ରମଣ ଏଡାଇବାକୁ କମ ସେବାୟତରେ ସଂପନ୍ନ ହେବ ନୀତିକାନ୍ତି

180

କନକ ବ୍ୟୁରୋ: ଆଜିିଠୁ ଆରମ୍ଭ ହେଉଛି ମହାପ୍ରଭୁଙ୍କ ରଥଯାତ୍ରା ନୀତି । ପବିତ୍ର ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ହେବ । ତେବେ ପ୍ରଥମଥର ପାଇଁ ମନ୍ଦିର ଭିତରେ ଅନୁଷ୍ଠିତ ହେବ ଏହି ନୀତି । ଆଜ୍ଞାମାଳ ନେଇ ଯିବେ ପୂଜାପଣ୍ଡା ସାମନ୍ତ । ଏହାପରେ ସ୍ନାନ ମଣ୍ଡପ ନିକଟରେ ଥିବା ଚାହାଣୀ ମଣ୍ଡପକୁ ୩ଟି ରଥକାଠ ଅଣାଯିବ । ପୂଜାପାଠ କରାଯାଇ ଅନୁକୂଳ ହେବ ରଥଯାତ୍ରା ନୀତି ।

ଅଳ୍ପ ସେବାୟତଙ୍କୁ ନେଇ ରଥ ଅନୁକୂଳ ନୀତି ସଂପନ୍ନ କରାଯିବାକୁ ନିଷ୍ପତି ହୋଇଛି । ସେହିପରି ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା । ଚାପ ଖେଳିବେ ମହାପ୍ରଭୁ । ତେବେ କରୋନା କଟକଣା ପାଇଁ ଏଥର ମହାପ୍ରଭୁଙ୍କ ଚାପ ଖେଳ ମଧ୍ୟ ଶ୍ରୀମନ୍ଦିର ଭିତରେ ହେବ । ଅସ୍ଥାୟୀ ଜଳକୁଣ୍ଡରେ ଚାପ ଖେଳିବେ ଚଳନ୍ତି ପ୍ରତିମା । ଏଥିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ ତିଆରି ହେବ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ନୌକାରେ ଯିବେ ଏବଂ ଚାପ ମଧ୍ୟ ଖେଳିବେ ।