ବିବାଦରେ ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ଟୟଲେଟ୍ ଏକ ପ୍ରେମ୍ କଥା’ । ସିନେମାର ଏକ ଦୃଶ୍ୟ ନିର୍ଦେଶକ ନାରାୟଣ ସିଂଙ୍କ ଉପରେ ଭାରି ପଡିଛି । କେବଳ ଏହି ଗୋଟିଏ ଦୃଶ୍ୟ ପାଇଁ ତାଙ୍କ ଜିଭ କାଟି ଆଣିବା ଲୋକକୁ ୧ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମଥୁରାର ସନ୍ଥ ।
ସୂଚନା ଅନୁସାରେ, ଏହି ସିନେମାରେ ନନ୍ଦଗାଁ ଓ ବରସାନାର ପୁଅ ଓ ଝିଅଙ୍କ ବିବାହ ଦୃଶ୍ୟ ରହିଛି । ଆଉ ପରମ୍ପରା ଅନୁଯାୟୀ ଏହି ଦୁଇ ଗାଁର ପୁଅ ଓ ଝିଅଙ୍କ ମଧ୍ୟରେ ବିବାହ ହୁଏ ନାହିଁ । କାରଣ ନନ୍ଦଗାଁ ଭଗବାନ କୃଷ୍ଣଙ୍କ ଗାଁ ହୋଇଥିବା ବେଳେ ବରସାନା ରାଧାଙ୍କର ।
ତେବେ ସିନେମାର ଏହି ଦୃଶ୍ୟ ଦୀର୍ଘ ଦିନର ପରମ୍ପରାକୁ ଭାଙ୍ଗିବା ସହ ସ୍ଥାନୀୟ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଖପ୍ପା ଅଛନ୍ତି ସନ୍ଥ ମାନେ । ତେଣୁ ଏନେଇ ଏକ ମହାପଂଚାୟତ ବସିବା ସହ ଏହି ଦୃଶ୍ୟ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି ।
ଅକ୍ଷୟଙ୍କ ଏହି ଫିଲ୍ମ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସମର୍ଥନ କରିବା ସହ ସ୍ୱଚ୍ଛତା ଉପରେ ଧ୍ୟାନ ନ’ଦେଉଥିବା ଲୋକଙ୍କୁ ସଚେତନ କରିବା ପାଇଁ କରାଯାଇଛି । ଆସନ୍ତା ବର୍ଷ ଜୁନ ୨ ତାରିଖରେ ଫିଲ୍ମଟି ରିଲିଜ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/toilet647_112216122044.jpg)